ଚିଲିକାରେ ଡଙ୍ଗା ବାଟବଣା, ୧୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: କାଳିଜାଈ ଦର୍ଶନ କରିବାକୁ ଯାଇ ଫେରିବା ବେଳେ ବାଟବଣା ହୋଇଗଲା ଡଙ୍ଗା। ଚିଲିକା ମଝିରେ ଫସିଗଲେ ପର୍ଯ୍ୟଟକ। ଖବରପାଇ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

prayash

ସୂଚନା ଅନୁସାରେ, ଭୁବନେଶ୍ଵରରୁ ୧୪ ଜଣ ପର୍ଯ୍ୟଟକ ଶୁକ୍ରବାର କାଳିଜାଈ ବୁଲିବାକୁ ଯାଇଥିଲେ। କାଳିଜାଈରୁ ଫେରିବା ବେଳେ ଡଙ୍ଗା ବାଟବଣା ହୋଇଯାଇଥିଲା। ଫଳରେ ଚିଲିକା ମଝିରେ ଡଙ୍ଗା ଫସି ରହିଥିଲା। ଉପାୟଶୂନ୍ୟ ହୋଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଶେଷରେ ସେମାନେ ୧୧୨ ନମ୍ବରକୁ ଫୋନ କରିଥିଲେ। ଫୋନ କଲ ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

kalyan agarbati

Comments are closed.