www.samajalive.in
Monday, December 15, 2025
14.1 C
Bhubaneswar

ଚୌତାଲାଙ୍କ ବିୟୋଗରେ ହରିୟାଣାରେ ୩ ଦିନିଆ ଶୋକ

ସମାଜ ଡିଜିଟାଲ ଡେସ୍କ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଚୌତାଲାଙ୍କୁ ସମ୍ମାନାର୍ଥେ ଶୁକ୍ରବାରଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ଏହି ସମୟରେ ଜାତୀୟ ପତାକା ଅଧନମିତ ଅବସ୍ଥାରେ ରହିବ। ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବାବେଳେ ସରକାରୀ ସ୍ତରରେ କୌଣସି ଉତ୍ସବ ପାଳନ କରାଯିବ ନାହିଁ। ଶନିବାର ସରକାରୀ ଛୁଟି ଘୋଷଣା କରାଯାଇଛି।

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବି ଲାଲଙ୍କ ପୁଅ ହେଉଛନ୍ତି ଓମ ପ୍ରକାଶ ଚୌତାଲା। ଶୁକ୍ରବାର ସକାଳେ ସେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୮୯ ବର୍ଷ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories