ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ
ଆରଡି: ଲଘୁଚାପ ପ୍ରଭାବରେ ଗତ କାଲି ଗୁରୁବାର ଠାରୁ ଆରଡି ସମେତ ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହି ଥିବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଛି। ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିହାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି। ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଶହଶହ ଏକର ଚାଷ ଜମିରୁ ଏପର୍ଯ୍ୟନ୍ତ ଧାନ କଟା ହୋଇ ପଡି ରହି ଥିବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଛି।
ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..
‘ସୁଭଦ୍ରା’, ‘ଆବାସ ଯୋଜନା’; ଏମାନଙ୍କୁ ମିଳିବ ଅଧିକ ୫୦ ହଜାର- ଉପମୁଖ୍ୟମନ୍ତ୍ରୀ
Comments are closed.