www.samajalive.in
Wednesday, December 10, 2025
23.1 C
Bhubaneswar

ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..

ଭୁବନେଶ୍ୱର : ୱେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବ। ପ୍ରଭାବରେ ଆଜି ଓ କାଲି ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଉତ୍ତର-ଉତ୍ତର ପୂର୍ବକୁ ଏହା ଗତି କରିବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୨ ଦିନ ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବ।
ଶୁକ୍ରବାର ଉପକୂଳ ଓଡିଶାରେ ମେଘୁଆପାଗ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, କନ୍ଧମାଳ, ଅନୁଗୁଳର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଗୋଟିଏ, ଦୁଇଟି ଜାଗାରେ ମଧ୍ୟମରୁ ତୀବ୍ର ବୃଷ୍ଟିପାତ ସମ୍ଭାବନା ରହିଛି । ୨୧ ତାରିଖରେ ଉତ୍ତର-ଉପକୂଳ ଜିଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଉତ୍ତର ଉପକୂଳ ଜିଲା ଜଗତସିଂହପୁର, କଟକ, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ବର୍ଷା ପ୍ରଭାବରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ।

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

ନୂଆବର୍ଷ ୨୦୨୫ର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ : ବୁଧ-ସୂର୍ଯ୍ୟ ଏକାଠି ହୋଇ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories