www.samajalive.in
Saturday, December 13, 2025
23.1 C
Bhubaneswar

ଜଳୁଛି ବରୁଣେଇ ପାହାଡ଼

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥରୁ ମାତ୍ର ୨ କିମି ଦୂରରେ ଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ବରୁଣେଇ ମନ୍ଦିର ସଂଲଗ୍ନ ବରୁଣେଇ ପାହାଡ଼ର ବିସ୍ତୀର୍ଣ୍ଣ ଇଲାକାରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁର ପ୍ରକୋପ ଭୟଙ୍କର ଥିବାରୁ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ଯାଇଥିବା ଅନୁମାନ କରାଯାଉଛି। ସମ୍ପ୍ରତି ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ଆସିଥାନ୍ତି। ଏଭଳି ସ୍ଥିତିରେ ଶନିବାର ପ୍ରାୟ ଶହେରୁ ଅଧିକ ଦଳ ଏଠାକୁ ବଣଭୋଜି କରିବାକୁ ଆସିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ନିଆଁ ଲାଗିଛି, ତାହା ସ୍ପଷ୍ଟ ଜଣାପଡ଼ୁନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାହାଡ଼ର ସୀତାକୁଣ୍ଡ ଠାରୁ ଏହି ନିଆଁ ଲାଗିବା ଆରମ୍ଭ ହୋଇଛି। ଗଡ଼଼ଖୋର୍ଦ୍ଧା-ପଟ୍ଟନାୟକିଆ ରାସ୍ତାର ପୁରୁଣା ମଦ ପ୍ରସ୍ତୁତି କମ୍ପାନୀ ନିକଟରେ ଏହି ନିଆଁ ଖୁବ୍‌ ଉଗ୍ରରୂପ ଧାରଣ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଖବର ପାଇ ଖୋର୍ଦ୍ଧା ଦମକଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଏତେ ଲମ୍ବା ପାଇପ ସେମାନଙ୍କ ନିକଟରେ ନଥିବାରୁ ସେମାନେ ନିଆଁ ଲିଭାଇ ପାରି ନଥିଲେ। ବଣଭୋଜି କରିବାକୁ ଆସୁଥିବା ଲୋକମାନେ ଏଣେତେଣେ ଚୁଲି ପ୍ରସ୍ତୁତ କରି ରନ୍ଧନ କାର୍ଯ୍ୟ କରୁଥିବାରୁ ହୁଏତ ସେଥିରୁ ନିଆଁ ଯାଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories