ସ୍ଥଳଭାଗ ସ୍ପର୍ଶ କଲା ବାତ୍ୟାର ବାହ୍ୟବଳୟ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବାବେଳେ ୨୩ ତାରିଖ ବୁଧବାର ଅପରାହ୍ନରେ ଏହାର ବାହ୍ୟବଳୟ ସ୍ଥଳଭାଗକୁ ସ୍ପର୍ଶ କରିଛି। ଏହା ଫଳରେ ଭଦ୍ରକ ସମେତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଆରମ୍ଭ ହେବା ସହିତ ଧୀରେ ଧୀରେ ପବନ ବହିବାରେ ଲାଗିଛି। କ୍ରମଶଃ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବୁଧବାର ସନ୍ଧ୍ୟା ବେଳକୁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାରେ ବର୍ଷା ପରିମାଣ ବଢ଼ିବ। ଗୁରୁବାର ରାତିରୁ ଶୁକ୍ରବାର ଭୋର ସମୟ ମଧ୍ୟରେ ବାତ୍ୟା ସ୍ଥଳଭାଗ ପ୍ରକ୍ରିୟା ଜାରି ରହିବ। ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ମଧ୍ୟରେ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାର ପାର୍ଶ୍ବବର୍ତ୍ତୀ ଜିଲା ସମେତ ପୁରୀ, ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା ହେବ। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିବାରୁ ଏହି ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ମଧ୍ୟରେ ରହିବ ବୋଲି କୁହାଯାଇଛି।

Comments are closed.