ମାଟ୍ରିକ ଖାତାଦେଖା ପାଉଣା ନପାଇବାରୁ ଶିକ୍ଷକ ମହଲରେ ଅସନ୍ତୋଷ

ବେଗୁନିଆ: ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କର ଖାତାଦେଖା ପାଉଣା ଅଦ୍ୟାବଧି ପାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ପ୍ରକାଶ ଥାଉ କି, ପୂର୍ବରୁ ଏହି ମୂଲ୍ୟାୟନର ପାଉଣା ଶେଷ ଦିନ ନଗଦ ଅର୍ଥ ଆକାରରେ ଦିଆଯାଉଥିବାବେଳେ ବୋର୍ଡ଼ କର୍ତ୍ତୃପକ୍ଷ କିଛିବର୍ଷ ହେଲା ଏହି ପାଉଣାକୁ ଆକାଉଣ୍ଟ ପେ ଜରିଆରେ ପଠାଉଛନ୍ତି । ହାତରୁ ଖର୍ଚ୍ଚ କରି ୧୦/୧୨ ଦିନ ଖରା ବର୍ଷା ଭଳି ପ୍ରତିକୂଳ ପରିସ୍ଥିତିରେ ଶିକ୍ଷକମାନେ ସେମାନଙ୍କର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । କିନ୍ତୁ ରେଜଲ୍ଟ ବହାରିସାରିଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ପାଉଣା ମିଳି ନ ଥିବାରୁ ବୋର୍ଡ଼ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକମାନେ ଅନୁରୋଧ କରିଛନ୍ତି ।

kalyan agarbati

Comments are closed.