www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ, ବେଗୁନିଆ ବ୍ଲକ ସଟଡାଉନ ଘୋଷଣା

ବେଗୁନିଆ: ବେଗୁନିଆ ବ୍ଲକରେ ଦୁଇଜଣ କନିଷ୍ଠ ଯନ୍ତ୍ରୀ କରୋନା ପଜିଟିଭରେ ଆକ୍ରାନ୍ତ ହେବା ଜଣାପଡିବା ପରେ ବିଡିଓ ରତିକାନ୍ତ ମିଶ୍ର ବ୍ଲକ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀ ସମ୍‌ ହସ୍ପିଟାଲରେ ସ୍ୱାବ ଟେଷ୍ଟ କରିବା ପରେ ପଜିଟିଭ ଜଣାପଡିଥିଲା। ଆଜି ବ୍ଲକରେ ଚାଲିଥିବା ଆଣ୍ଟିଜେନ ଟେଷ୍ଟରେ ଆଉ ଜଣେ କନିଷ୍ଠଯନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇଜଣ କନିଷ୍ଠ ଯନ୍ତ୍ରୀ ହୋମ ଆଇସୋଲେସନରେ ରହିଥିବା ଜଣାପଡିଛି।

ବିଡିଓ ବ୍ଲକ କାର୍ଯ୍ୟାଳୟକୁ ଶୁକ୍ରବାର ଏବଂ ଶନିବାର ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ସମ୍ପୃକ୍ତ ବ୍ଲକର ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଜଣେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି କ୍ଷ ସେ ଗୋଳବାଇ ପଥର ଖଣିରେ କାମ କରିବାକୁ ଯାଉଥିବାବେଳେ ଗତ ୨ତାରିଖ ଦିନ ତାଙ୍କୁ ଥଣ୍ଡା ଜ୍ୱର ହେବାରୁ ସେ ମଳିପଡ଼ା ଡାକ୍ତରଖାନାକୁ ଚିକିସ୍ଥା ନିମନ୍ତେ ଯାଇଥିଲେ। ସେଠାରେ ସ୍ୱାବ ଟେଷ୍ଟ ଚାଲିଥିବାରୁ ତାଙ୍କର ସେଠାରେ ପରୀକ୍ଷା କରାଯାଇଥିଲା । ଗତକାଲି ୩ତାରିଖରେ ତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ଏବେ ସେ ହୋମଆଇସୋଲେସନରେ ଅଛନ୍ତି। ଆସନ୍ତା କାଲି ୫ତାରିଖ ଠାରୁ ସମ୍ପୃକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କଣ୍ଟାକ୍ଟଟ୍ରେସିଙ୍ଗ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories