www.samajalive.in
Monday, December 15, 2025
24.1 C
Bhubaneswar

ଭାଲୁ ଆକ୍ରମଣରେ ୫ ଆହତ

କେନ୍ଦୁଝର/ଝୁମ୍ପୁରା/ଉଖୁଣ୍ଡା/ଚମ୍ପୁରା :  ଭାଲୁ ଆକ୍ରମଣରେ ୫ ଜଣ ଆହତ ହୋଇ ଝୁମ୍ପୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଝୁମ୍ପୁରା ବ୍ଲକ ବାଲିବନ୍ଧ ବନପାଳ ଅଧୀନସ୍ଥ ସିରିଆବାହାଳ, ସାନହୁଣ୍ଡୁଳା, ରଜାବାସା, ଟୋଲକବାହାଳ ଆଦି ଗ୍ରାମର ଲୋକ ଏବେ ଭୟଭୀତ ଅବସ୍ଥାରେ ରାତ୍ରିଯାପନ କରୁଛନ୍ତି।
ବୁଧବାର ରାତିରେ ନିଶ୍ଚିନ୍ତପୁର, କାଞ୍ଜିପାଣି କନକନା ଘଞ୍ଚ ଜଙ୍ଗଲ ଅଞ୍ଚଳରେ ରହୁଥିବା ଏକ ଭାଲୁ ଗ୍ରାମ ଆଡକୁ ଆସିଥିଲେ। ଜଙ୍ଗଲ ପାର୍ଶ୍ବ ଅଞ୍ଚଳରେ ସାନହୁଣ୍ଡୁଳା ଏବଂ ଶିରିଆବାହାଳ ଗ୍ରାମର ଲୋକ ଘର କରି ରହି ଆସୁଛନ୍ତି। ଏହି ଦୁଇ ଗ୍ରାମର ଲୋକ ମାନେ ଜଙ୍ଗଲ ପାଖରେ ରହିଥିବା ଝରଣା ନିକଟକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ବୁଧବାର ରାତିରେ ଭାଲୁ ଏହି ଦୁଇ ଗ୍ରାମର ଛୋଟରାୟ ମୁଣ୍ଡା, ଧନେଶ୍ୱର ମୁଣ୍ଡା, ମଙ୍ଗଳୁ ମୁଣ୍ଡା, ଟଙ୍କଧର ମୁଣ୍ଡା, ସରୁଜୁ ନାଏକ ପ୍ରମୁଖଙ୍କୁ ଆକ୍ରମଣର ଶିକାର ହୋଇଛନ୍ତି। ସକାଳେ ଗ୍ରାମବାସୀଙ୍କ ସହାୟତରେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଛନ୍ତି। ସୂଚନାଯୋଗ୍ୟ, ଏହି ଘଞ୍ଚ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନବିଭାଗର କର୍ମଚାରୀ ସୁରକ୍ଷା ଯୋଗାଇବା ଦିଗରେ ସମ୍ପୂର୍ଣ୍ଣ
ବିଫଳ ହୋଇଛନ୍ତି। ବନବିଭାଗର ଜ୍ଞାତସାରରେ ଝାରଖଣ୍ଡ ଅଞ୍ଚଳର କିଛି ଶିକାରୀ ଚୈତ୍ର ପର୍ବ ଠାରୁ ଏହି ଅଞ୍ଚଳରେ ଅବାଧରେ ପଶୁ ଶିକାର କରି ଚାଲିଥିଲେ ମଧ୍ୟ ବନ ବିଭାଗର କର୍ମଚାରୀ ମାନେ ବନ୍ୟପ୍ରାଣୀଙ୍କୁ ହତ୍ୟା କରୁଥିବା ଅପରାଧୀଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସେମାନେ ନିର୍ଭୟରେ ଏହି କାମ କରିଚାଲିଛନ୍ତି। ଝୁମ୍ପୁରା ଡାକ୍ତରଖାନାରେ ଭାଲୁ ଆକ୍ରମଣରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟରେ ବାଲିବନ୍ଧ ବନପାଳ ବିଦ୍ୟାଧର ସାହୁ, ଚମ୍ପୁଆ ରେଞ୍ଜ ଅଧିକାରୀ ଘନଶ୍ୟାମ ବାରିକ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଦେଖାଶୁଣା କରିଛନ୍ତି। ଅପରାହ୍ନରେ ଏହି ରୋଗୀଙ୍କୁ ବନବିଭାଗ ପକ୍ଷରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁ ଆକ୍ରମଣରେ ଆହତ ହୋଇଥିବା ରୋଗୀଙ୍କ ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ବନବିଭାଗ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories