www.samajalive.in
Monday, December 15, 2025
17.1 C
Bhubaneswar

କାଟ୍ରିନାଙ୍କ ପରେ ଆଲିଆଙ୍କୁ ଧରିଲେ ରଣବୀର!

ମୁମ୍ବଇ : ବଲିଉଡ ଅଭିନେତା ରଣବୀର କାପୁର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଦିନକୁ ଦିନ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନିକଟତର ହେଉଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ରଣବୀରଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ କାଟ୍ରିନା କୈଫଙ୍କ ନାମ ଯୋଡ଼ା ହେଉଥିଲା। ସେହିପରି ସିଦ୍ଧାର୍ଥ ମାଲହୋତ୍ରା ଏବଂ ବରୁଣ ଧାୱନଙ୍କ ସହ ସମ୍ପର୍କକୁ ନେଇ ଆଲିଆ ଚର୍ଚ୍ଚାରେ ରହିଥିଲେ। ଉଭୟ କିଛି ଦିନ ତଳେ ବ୍ରେକ୍‍ଅପ୍‍ ବା ବିଚ୍ଛେଦ ପରିସ୍ଥିତି ଦେଇ ଗତି କରିଥିଲେ। ନିକଟରେ ଏକ ଫିଲ୍ମରେ ଏକାଠି ଅଭିନୟରୁ ଉଭୟଙ୍କ ସମ୍ପର୍କ ନୂଆ ରୂପ ନେଇଛି। ରଣବୀର ଓ ଆଲିଆ ପରସ୍ପରକୁ ସମୟ ଦେଉଥିବା ଓ ଡେଟ୍‍ କରୁଥିବା ନେଇ ବଲିଉଡ଼ରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ନିଦେର୍ଶକ ଆୟନ ମୁଖାର୍ଜିଙ୍କ ଆଗାମୀ ଚଳଚ୍ଚିତ୍ର ବ୍ରହ୍ମୋସ୍ତ୍ରରେ ପ୍ରଥମଥର ପାଇଁ ରଣବୀର ଓ ଆଲିଆ ଏକାଠି କାର୍ଯ୍ୟ କରୁଛନ୍ତି। ଅଭିନେତା ରଣବୀର କାପୁର ଏକ ସାକ୍ଷାତକାରରେ ଆଲିଆଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ସଂକେତ ଦେଇଥିଲେ। ସାକ୍ଷାତକାର ଏକ ପ୍ରଶ୍ନରେ ପଚାରିଯାଇଥିଲା ଯେ, ଆପଣ ଆଲିଆଙ୍କ ସହ ବୁଲିବାକୁ ଯାଉଛନ୍ତି କି? ଏହାର ଜବାବରେ ରଣବୀର କହିଥିଲେ, ମୁଁ ଏହା ବିଷୟରେ ବିଶେଷ କିଛି କହିବାକୁ ଚାହୁଁନାହିଁ। ଅଭିନେତ୍ରୀ ଆଲିଆଙ୍କ ଅଭିନୟ, ନିଜର ବ୍ୟବକ୍ତିଗତ ଜୀବନଶୈଳୀ ମୋତେ ପ୍ରଭାବିତ କରିଛି। ସେହିପରି ଆଲିଆ ବହୁ ପୂର୍ବରୁ ଏକ ଟିଭି ସାକ୍ଷାତକାରରେ ରଣବୀରଙ୍କୁ ପସନ୍ଦ କରନ୍ତି ଓ ବାହା ହେବାକୁ ଚାହାଁନ୍ତି ବୋଲି କହିଥିଲେ। ସତେବେଳେ ଏହା ଚର୍ଚ୍ଚାରେ ରହିଥିଲା। ମାତ୍ର ରଣବୀର ସେ ସମୟରେ କାଟ୍ରିନାଙ୍କ ସହ ସମ୍ପର୍କରେ ଥିଲେ। ଏବେକାର ସମୟ ଉଭୟଙ୍କ ପ୍ରେମ ଜୀବନ ଆରମ୍ଭ ପାଇଁ ଅନୁକୂଳ ରହିଛି।
ରଣବୀର ଏବଂ ଆଲିଆଙ୍କ ବ୍ୟତୀତ ବହ୍ମୋସ୍ତ୍ର ଚଳଚ୍ଚିତ୍ରରେ ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ ମୋନି ରାୟ ଅଛନ୍ତି। ବହ୍ମୋସ୍ତ୍ର ଚଳଚ୍ଚିତ୍ର ତିନିଟି ଭାଗ (ଅନୁକ୍ରମ)ରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୧୯ ଅଗଷ୍ଟ ୧୫ରେ ବଡ ପରଦାରେ ଆସିବ। ନିର୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକସନରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories