www.samajalive.in
Tuesday, December 9, 2025
26.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୩ଟି ଉପାୟ

କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍‍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ ।
ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ।
ମହୁ – ମହୁ ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ପ୍ରତି ୨ ଦିନରେ ଥରେ ଖାଲି ମହୁ ଲଗାଇଲେ ଏହା ମୁହଁକୁ ଚିକ୍କଣ ରଖିବା ସହ ଏହାର ଚମକ ମଧ୍ୟ ବଢାଇଥାଏ।
କଦଳୀ ଓ ଅଟା – କଦଳୀ ଓ ଅଟାକୁ ଚକଟି ଏଥିରେ କିଛି କ୍ଷୀର ମିଶାଇ କିଛି ସମୟ ରଖନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ୧୫ ରୁ ୨୦ ମିନିଟ୍‍ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ପ୍ରତି ୪ ଦିନକୁ ଥରେ ଏହା ଲଗାଇଲେ ଏହା ଖୁବ୍‍ ଉତ୍ତମ ଫଳ ଦେଇଥାଏ।

ବିଟ
ବାଦାମ ତେଲ
ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପାକୁ ବାହାର କରି , ଏହାକୁ କୋରି ଦିଅନ୍ତୁ। କୋରା ହୋଇଥିବା ବିଟକୁ ଶୁଖାଇ ଦିଅନ୍ତୁ। ଭଲ ଭାବେ ଏହାକୁ ଶୁଖାଇବା ପରେ ଏହାକୁ ପେଷି ପାଲିସ ଭାବେ ଗୁଣ୍ଡ କରି ଦିଅନ୍ତୁ। ୨ଚାମଚ ବିଟ ଗୁଣ୍ଡରେ ୨ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ। ନିୟମିତ ଦିନ ସମୟରେ ୨ରୁ ୩ ଥର ଓ ରାତିରେ ଥରେ ଏହାକୁ ଲଗାଇ ଶୁଅନ୍ତୁ। ଏକ ମାସ ଲଗାଇବା ପରେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories