ବୃଦ୍ଧାଙ୍କୁ ଝାମ୍ପିଲା ଭାଲୁ ; କୁକୁର ବଞ୍ଚାଇଲା ପ୍ରାଣ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଭାଲୁଟି ଝାମ୍ପ ଦେଇଥିବା ସମୟରେ ଦୁଇଟି ବୁଲା କୁକୁର ତାଙ୍କ ଜୀବନ ବଞ୍ଚାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି।
ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ଜିକି ସିଂ (୬୪) ନାମକ ବୃଦ୍ଧା ମଙ୍ଗଳବାର ବେଲାବାସନ ଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଓହ୍ଲାଇ ଆସି ସମ୍ପୃକ୍ତ ବୃଦ୍ଧାଙ୍କୁ ଝାମ୍ପି ନେଇଥିଲା । ଆକ୍ରମଣରେ ବୃଦ୍ଧା ଜଣକ ଚିତ୍କାର କରୁଥିବା ଦେଖି ସେଠାରେ ଛିଡ଼ା ହୋଇଥିବା ଦୁଇଟି ବୁଲା କୁକୁର ଓଲଟା ଭାଲୁକୁ ଆକ୍ରମଣ କରିଥିଲେ। କୁକୁରଙ୍କ ପାଲଟା ଆକ୍ରମଣରେ ଭୟଭୀତ ହୋଇ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ଦୌଡ଼ିବାରୁ ଅଳ୍ପକେ ବୃଦ୍ଧାଙ୍କ ପ୍ରାଣ ବଞ୍ଚି ଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ସମ୍ପୃକ୍ତା ବୃଦ୍ଧାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.