www.samajalive.in
Monday, December 15, 2025
24.1 C
Bhubaneswar

ଯାତ୍ରୀ ଅସୁସ୍ଥ : ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ବର : ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗୌହାଟୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା। ସମ୍ପୃକ୍ତ ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ପ୍ରାୟ ଏକ ଘଣ୍ଟା ପରେ ବିମାନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ୧୭୪ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ଭୁବନେଶ୍ବର ଉପରେ ଯିବା ସମୟରେ ସେଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। ଏଥିସହ ରକ୍ତଚାପ ବହୁତ କମି ଯାଇଥିଲା। ଫଳରେ ଏଟିସିର ଅନୁମତି ନେଇ ସମ୍ପୃକ୍ତ ପାଇଲଟ ଅପରାହ୍ଣ ୪.୫୩ରେ ଜରୁରୀ ଅବତରଣ କରିଥିଲା। ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଥିବା ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୫.୫୦ରେ ବିମାନଟି ପୁନର୍ବାର ଗୌହାଟୀ ଅଭିମୁଖେ ଯାଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories