ଭୁବନେଶ୍ୱରରେ ଗୁଳିଚାଳନା ; ଜଣେ ଆହତ

0

ଭୁବନେଶ୍ୱର : ସହିଦନଗର ନକିଟସ୍ଥ ଟଙ୍କପାଣି ରୋଡ ଶିରିଡି ସାଇ ମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ରବିବାର ଦିନ ୨.୧୫ ସମୟରେ ଶିଶୁପାଳଗଡ ସୁଶାନ୍ତ ଭୋଇଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ସୁଶାନ୍ତ ନିଜର ମୋଟରସାଇକେଲରେ ଯାଉଥିବା ସମୟରେ ଚାରିଜଣ ଦୁର୍ବୃତ ଏକ କାରରେ ଆସି ମୋଟର ସାଇକେଲ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତ ମାନେ ଏଥିରେ ବିଫଳ ହେବାପରେ ଗୁଳିଚାଳନା କରି ସୁଶାନ୍ତଙ୍କୁ ଆହତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସୁଶାନ୍ତଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରିବାର ଲୋକେ ସୁଶାନ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ସହିଦନଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୁଲିସ କମିଶନର ପହଁଞ୍ଚି ତଦନ୍ତ ଚଳାଇଛନ୍ତି।

Leave A Reply