ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ
ବାଉଁଶୁଣି: ବାଉଁଶୁଣି ମା ମାହେଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଡଙ୍କ ଆବାହକତ୍ୱରେ ବୌଦ୍ଧ ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୦ ଜଣ ଛାତ୍ର ଛାତ୍ରୀ ରକ୍ତଦାନ କରିଥିଲେ। ଉକ୍ତ ଶିବିର କୁ ବୌଦ୍ଧ ଓ ସୁଵର୍ଣପୁର ଜିଲ୍ଲାର ଜାତୀୟ ସେବା ସଂଯୋଜକ ଅଧ୍ୟାପକ ଡ.ମନୋରଞ୍ଜନ ଘଡାଇ ପରି ଚାଳନା କରିଥିଲେ। ଉଭୟ ବୌଦ୍ଧ ଓ ଆଡେଣିଗଡ଼ ମେଡିକାଲର ବିଶେଷଜ୍ଞ ଡାକ୍ତର ଟେକ୍ନିସିଅନ ରକ୍ତ ସଂଗ୍ରହ କରିଥିଲେ।ଏଥି ସହିତ ଉକ୍ତ କାର୍ୟ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Comments are closed.