www.samajalive.in
Tuesday, December 9, 2025
26.1 C
Bhubaneswar

ସଫଳତା ପାଇବା ପାଇଁ ସମୟାନୁବର୍ତ୍ତିତା ଜରୁରୀ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ତୂଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ବିଦ୍ୟାର୍ଥିଙ୍କ ସମୟାନୁବର୍ତ୍ତିତା ଓ ଚରିତ୍ର ଗଠନ ସମ୍ପର୍କିତ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଏବିଇଓ ପ୍ରଫୁଲ୍ଲ କୁମାର ବେହେରା, କବି ଗୌରାଙ୍ଗ ବେହେରା, ସମିତିସଭ୍ୟ ନାରାୟଣ ଜେନା, ସରପଞ୍ଚ ଶରତ କୁମାର ପ୍ରଧାନ, ଶିକ୍ଷା ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଦାନ୍ ପ୍ରମୁଖ ଯୋଗଦେଇ ସଫଳତା ପାଇବା ପାଇଁ ସମୟାନୁବର୍ତ୍ତିତା ଜରୁରୀ। ଆଦର୍ଶ ଛାତ୍ର ପାଇଁ ସମୟାନୁବର୍ତ୍ତିତା ଓ ଚରିତ୍ର ଗଠନର ଏକ ଆହ୍ୱାନ ବୋଲି ମତବ୍ୟକ୍ତ କରି ବିଦ୍ୟାର୍ଥିମାନେ ବିଦ୍ୟାଳୟର ପରମ୍ପରା, ପରିବେଶ ସୁରକ୍ଷା, ସହପାଠୀଙ୍କ ସହ ଆତ୍ମୀୟତା ରକ୍ଷା କରି ଶୃଙ୍ଖଳାର ସହିତ ଶ୍ରେଣୀଗୃହରେ ଅଧ୍ୟୟନରତ ରହିଲେ ବୌଦ୍ଧିକ ବିକାଶ ଘଟିବ ବୋଲି କହିଥିଲେ। ସେହିପରି ଛାତ୍ରମାନେ ସେବା ପ୍ରତି ଆନ୍ତରିକ ମନୋଭାବ ବଢାଇଲେ ସାମାଜିକ ସୁସ୍ଥତା ଆସିବ ବୋଲି ଆଲୋଚନା କରିଛନ୍ତି।

ଚଳିତ ଶିକ୍ଷା ବର୍ଷରେ ୮ମ ଶ୍ରେଣୀରୁ ବିଦ୍ୟାର୍ଥି ମାନେ ଉତୀର୍ଣ୍ଣ ହୋଇ ନିକଟସ୍ଥ ହାଇସ୍କୁଲକୁ ନିକଟରେ ପ୍ରବେଶ କରିବେ। ଏହି ଅବସରରେ ତାର ଅବ୍ୟବହିତ ପୂର୍ବରୁ ୮ମ ଶ୍ରେଣୀର ବିଦ୍ୟାର୍ଥିମାନଙ୍କ ମଧ୍ୟରେ ଏକ ଆତ୍ମୀୟ ବନ୍ଧୁ ମିଳନ ତଥା ବିଦ୍ୟାଳୟରେ ଶ୍ରେଣୀ ଦିବସ ପାଳନ ଅବସରରେ ବିଦ୍ୟାର୍ଥିଙ୍କ ସମୟାନୁବର୍ତ୍ତିତା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଛି। ସିଆରସିସି ରଘୁନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ବରିଷ୍ଠ ଶିକ୍ଷକ ସୁବାଷ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସହକାରୀ ଶିକ୍ଷକ ବିଦ୍ୟାଧର ତ୍ରିପାଠୀ, ଇ. ବିଜୟଲକ୍ଷ୍ମୀ, ରୀତାଞ୍ଜଳି ନାୟକ, ବରଦା ପ୍ରସାଦ ସାମନ୍ତସିଂହାର, ଶୁକାନ୍ତ କୁମାର ସାହୁ, ରାଜ କୁମାର, ବିପିନୀ କୁମାର ସ୍ୱାଇଁ, ସରୋଜିନୀ ମହାପାତ୍ର, ନର୍ମଦା ନାୟକ, ଅହଲ୍ୟା ପାତ୍ର,ବାସୁଦେବ ସାହୁ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଗୁଣ୍ଠ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories