www.samajalive.in
Monday, December 15, 2025
24.1 C
Bhubaneswar

ସନସାଇନ ୟୁଥ୍ କ୍ଲବର ୨ୟ ବାର୍ଷିକ ଉତ୍ସବ

ବାଙ୍କୀ: ମଙ୍ଗଳବାର ଦିନ ପୂର୍ବାହ୍ନରେ ସରଣ୍ଡାଗଡ଼ ଅନ୍ତର୍ଗତ ମାଳବିହାରପୁର ଗ୍ରାମ ସ୍ଥିତ ସନ୍ସାଇନ୍ ୟୁଥ୍ କ୍ଲବର ୨ୟ ବାର୍ଷିକ ଉତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଦିଅଁ ମଙ୍ଗୁଳା ପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଯୋଗଦେଇ ବାର୍ଷିକ ଉତ୍ସବର ଶୁଭ ଉଦ୍ଦ୍ଘାଟନ କରିବା ସହିତ ଗ୍ରାମାଞ୍ଚଳରେ ଏହି ଅନୁଷ୍ଠାନ ଆଗାମୀ ଦିନରେ ସରଣ୍ଡା ଜୋନ୍ ନୁହେଁ ବଂର ବାଙ୍କୀ ଉପଖଣ୍ଡରେ ଜନସେବା କାର୍ଯ୍ୟରେ ଆଗଭର ହୋଇ ଉଦାହରଣ ସୃଷ୍ଟି କରିବ ବୋଲି ଯୁବ ପିଢୀମାନଙ୍କୁ ଆହ୍ୱାନ ଦେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ କେଶରୀ ସାମନ୍ତସିଂହାରଙ୍କ ସଂଚାଳନରେ ସଂଚାଳିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ସରଣ୍ଡା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପ୍ରକାଶ କୁମାର ବେଉରା,ସମାଜସେବିକା ରଶ୍ମିରେଖା ପଣ୍ଡା,ସ୍ଥାନୀୟ ମୁରବୀ ବିଭୂପ୍ରସାଦ ଦାସ,ଶିକ୍ଷାବିତ୍ ବଂଶୀଧର ଜେନା ପ୍ରମୁଖ ଯୋଗଦେଇଥିଲେ। ୟୁଥ୍ କ୍ଲବର ସଦସ୍ୟ ମାନେ ଏକ ନିଷ୍ଠ ଭାବରେ ଗ୍ରାମର ସ୍ୱଚ୍ଛତା,ପରିବେଶ ଅନୁଚିନ୍ତା,ଗ୍ରାମର ବିକାଶମୂଳକ କାର୍ଯ୍ୟ ସହିତ ରୋଗୀ ସେବା ଏବଂ ଗ୍ରାମାଞ୍ଚଳରେ ରକ୍ତଦାନ ଶିବିରର ଆୟୋଜନ କରି ଅନ୍ୟ ପାଇଁ ଉଦାହରଣ ପାଲଟୁଥିବା କାର୍ଯ୍ୟକୁ ଏକ ଆଦର୍ଶ କାର୍ଯ୍ୟ ଭାବରେ ସହଯୋଗକୁ ଆହ୍ୱାନ କରିଛନ୍ତି। ମୁଖ୍ୟ ସଂଗଠକ ଦିବ୍ୟଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ପପୁନି ଭଞ୍ଜ ବିବରଣୀ ପାଠ କରିଥିଲେ।

ଏହି ଅବସରରେ କଟକ ରକ୍ତଭଣ୍ଡାରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ତ୍ରିପାଠୀ ଉଦଘାଟନ କରିଛନ୍ତି। ଏହି ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅନୁଷ୍ଠାନର ସମ୍ପାଦକ ଗଗନ ବେହେରା, ପୂର୍ବତନ ସେନା କର୍ମଚାରୀ ଦିଲ୍ଲିପ କୁମାର ସ୍ୱାଇଁ, କାଳନ୍ଦୀ ପ୍ରଧାନ, ଶିବ ପ୍ରସାଦ ଦାସ, ବରିଷ୍ଠ ଉପଦେଷ୍ଟା ବିଜୟ କୁମାର ସ୍ୱାଇଁ, ଶରତ କୁମାର ଜେନା ଏବଂ କ୍ଲବର ସଦସ୍ୟମାନେ ରକ୍ତଦାନ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ବହୁ ଯୁବ ପ୍ରତିଭାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ କୋଭିଡ କଟକଣା ସହିତ ସମ୍ବର୍ଦ୍ଧନା ଦିଆଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories