www.samajalive.in
Sunday, December 7, 2025
14.1 C
Bhubaneswar

କଳାପଥର ଅଞ୍ଚଳରେ ନକଲି ଔଷଧର ବ୍ୟାପକ କାରବାର ଅଭିଯୋଗ

କଳାପଥର : ବାଙ୍କୀ ଉପଖଣ୍ଡର କଳାପଥର ଅଞ୍ଚଳରେ ଥିବା କେତେକ ନିର୍ଦ୍ଧିଷ୍ଟ ଔଷଧ ଦୋକାନରେ ପ୍ରଚୁର ମାତ୍ରାରେ ନକଲି ଔଷଧ ବିକ୍ରିବଟା ହେଉଥିବା ଅଭିଯୋଗ ହେଉଛି। ରୋଗୀମାନେ ଡାକ୍ତରଙ୍କ ଚିଠା ଅନୁସାରେ ଔଷଧ ମାଗିଲେ ଦୋକାନୀମାନେ ସେହି ଔଷଧକୁ ନେଦେଇ ବେନାମୀ କମ୍ପାନୀର ଔଷଧ ଦେଉଥିବା ଅଭିଯୋଗ ହେଉଛି। ଫଳରେ ରୋଗୀମାନେ ସେହି ଔଷଧ ଖାଇ ତାଙ୍କର ରୋଗ ଭଲ ହେବା ପରିବର୍ତ୍ତେ ଅନ୍ୟ ରୋଗରେ ପୀଡିତ ହେଉଛନ୍ତି। ଅଞ୍ଚଳର କେତେକ ନିର୍ଦ୍ଧିଷ୍ଟ ମୁନାଫାଖୋର ଔଷଧ ଦୋକାନୀ ନାମୀ ଦାମୀ କମ୍ପାନୀର ଔଷଧ ନରଖି ଅତ୍ୟନ୍ତ ନିମ୍ନ ମାନର ଶସ୍ତା ଓ ଡାକ୍ତରଖାନାରେ ଜେନେରିକ୍‍ ମେଡିସିନ୍‍ ହିସାବରେ ରୋଗୀମାନଙ୍କ ପାଇଁ ଆସୁଥିବା ମାଗଣା ଔଷଧ ରଖି ରୋଗୀମାନଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଡାକ୍ତରଖାନାର କେତେ ଜଣ ଅସାଧୁ କର୍ମଚାରୀ ଜେନେରିକ ମେଡିସିନ୍‍ ଗୁଡିକୁ ରୋଗୀମାନଙ୍କୁ ନଦେଇ ଔଷଧ ଦୋକାନରେ ବିକ୍ରି କରି ଲାଭବାନ ହେଉଛନ୍ତି। ଏଥିନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କଳାପଥର ଅଞ୍ଚଳରେ ଥିବା ଔଷଧ ଦୋକାନ ଗୁଡିକର ଡ୍ରକ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ତଦନ୍ତ ମଧ୍ୟ ହେଉନାହିଁ। କୁହାଯାଉଛିଯେ, ଏଠାକାର କେତେକ ଦୋକନୀ ମାସିକିଆ ବଟି ଦେଇ ଏହି ଚୋରା କାରବାର ଚଳାଇ ଆସୁଛନ୍ତି। ଡାକ୍ତରଖାନାକୁ ରୋଗୀମାନଙ୍କ ପାଇଁ ଆସୁଥିବା ସାଲାଇନ, ଗଜ୍‍ କନା, ଔଷଧ ଫିନାଇଲ, ବ୍ଳିଚିଂ ପାଉଡର ପ୍ରଭୃତି ଜିନିଷ କେତେକ ନିର୍ଦ୍ଧିଷ୍ଟ ଦୋକାନରେ ବିକ୍ରି ହେଉଛି। ଡାକ୍ତରଖାନା ପରିସରକୁ ଜବରଦଖଲ ମୁକ୍ତ ଓ ସଫା ସୁତୁରା ରଖାଯିବା ପରିବର୍ତ୍ତେ ମଇଳା ଆବର୍ଜନାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳର କେତେକ ପ୍ରଭାବଶାଳି ବ୍ୟକ୍ତି ଡାକ୍ତରଖାନା ପରିସରକୁ ଜବରଦଖଲ କରି ବ୍ୟବସାୟ କରୁଥିଲେ ମଧ୍ୟ ଏଥିପ୍ରତି କୈାଣସି କାଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ଡାକ୍ତରଖାନା ପରିସର ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି।

ଗତ ୪ ଦିନ ତଳେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍‍ ତଦନ୍ତରେ ଆସିଥିବା ବେଳେ ନକଲି ଔଷଧ ବିକ୍ରି ବଟା କରୁଥିବା ଓ ସେମାନଙ୍କର କୈାଣସି ଲାଇସେନ୍ସ ନଥିବାରୁ ଭୟରେ ସେମାନେ ଦୋକାନ ବନ୍ଦ କରି ପଳାଇ ଯାଇଥିଲେ। ଏବେ ପୁର୍ଣ୍ଣଶ୍ଚ ସେମାନେ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କଲେଣି। ଏହି କଳାପଥର ଡାକ୍ତରଖାନାରେ ଥିବା ଫାର୍ମ୍ମାସିଷ୍ଟ ଜଣକ ନିଜର କର୍ତ୍ତବ୍ୟ ଭୁଲି ଏଠାରେ ଏକ ପ୍ରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି। ଏପରିକି ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ଖବର ପ୍ରକାଶକଲେ ସ୍ଥାନୀୟ ଅଞ୍ଚଳର କେତେକ ମଦ୍ୟପ ଯୁବକଙ୍କୁ ଲଗାଇ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି। ଏ ସମ୍ପର୍କରେ ବାଙ୍କୀ ମୁଖ୍ୟ ଚିକିତ୍ସା ଅଧିକାରୀ ଧୁଳେଶ୍ୱର ପ୍ରଧାନଙ୍କୁ ପଚାରିବାରେ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories