www.samajalive.in
Sunday, December 7, 2025
13.1 C
Bhubaneswar

ବାଙ୍କୀ-ଘୋଳପୁରରେ ବୋମାମାଡ ଘଟଣା; ୬ଜଣଙ୍କୁ ଗିରଫ କଲା ପୁଲିସ

ବାଙ୍କୀ: ଗତ ଶନିବାର ଦିନ ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତର ଘୋଳପୁର ଗ୍ରାମରେ ବୋମାମାଡ ପରେ ପଥରରେ ଛେଚି ଗୋବିନ୍ଦ ବେହେରା ନାମକ ଜଣେ ଯୁବକକୁ ଦୁର୍ବୁର୍ତ୍ତ ମାନେ ହତ୍ୟା କରିଥିଲେ। ଏଥିନେଇ ମୃତକଙ୍କ ସ୍ତ୍ରୀ ସୁନିତା ଖଟୁଆ ବାଙ୍କୀ ଥାନାରେ ୧୧ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବାଙ୍କୀ ପୁଲିସ ସୂତ୍ରରୁ ସୂଚନା ମିଳିଛି। କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସ୍କ୍ୱାଡ ଗଠନ କରାଯାଇ ପୁଲିସ ଅନୁସନ୍ଧାନ ଜାରି ରଖି ୬ଜଣଙ୍କୁ ଗିରଫ କରିଥିବା ସମ୍ପର୍କରେ ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା କହିଛନ୍ତି। ୬ଜଣଙ୍କ ମଧ୍ୟରେ ମୁନେଇ ବେହେରା, ଦୀନବନ୍ଧୁ ଖଟୁଆ, ସୁଭ ବେହେରା, ପଶା ଆଖୁଆ, ଗୋପାଳ ସାହୁ ଓ ଗତିକୃଷ୍ଣ ସ୍ୱାଇଁଙ୍କୁ ବାଙ୍କୀ ପୁଲିସ ଗିରଫ କରିଛି। ଆଜି ସମସ୍ତଙ୍କର କୋଭିଡ୍‍ ଓ ଡାକ୍ତରୀ ପରୀକ୍ଷା କରାଯାଇ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ ବୋଲି ବାଙ୍କୀ ପୁଲିସ ସୂତ୍ରରୁ ସୂଚନା ମିଳିଛି। ବାଙ୍କୀ ଥାନା କେସ ନଂ ୨୮୩/୨୦ରେ ମାମଲା ରଜୁ କରାଯାଇ ତଦନ୍ତ ଚାଲୁ ରହିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ବୋମାମାଡ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories