www.samajalive.in
Sunday, December 7, 2025
23.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ : ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନୟନ ମୂଳକ କାର୍ଯ୍ୟ ଓ ରୋଗୀ ସେବା ସମ୍ପର୍କରେ ଜାଣିବା ପାଇଁ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ମଙ୍ଗଳବାର ଦିନ ପୂର୍ବାହ୍ନରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସରକାରୀ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ବିଧାୟ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ପରିଚାଳନା କମିଟି ବୈଠକରେ ଆଲୋଚନା ତ୍ୱରାନ୍ୱିତ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ରୋଗୀ କଲ୍ୟାଣ ସମିତି ବୈଠକର ଆଭିମୁଖ୍ୟ ଓ ଆସନ୍ତା ବର୍ଷ ପାଇଁ ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା କରିଥିଲେ।

ଅଧିକ୍ଷକ ଡାକ୍ତର ସାହୁ ବିବରଣୀ ପାଠ କରିବା ସହ ଚଳିତ ବର୍ଷରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଅପେକ୍ଷାରେ ଥିବା କାର୍ଯ୍ୟ ବିବରଣୀ,ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ,ବଳଭଦ୍ରପୁର ସରପଞ୍ଚ ବିଜନ କୁମାର ସାହୁ,ସମାଜସେବୀ ଅନନ୍ତ ଚରଣ ନାୟକ,ପୂର୍ଣ୍ଣଚନ୍ଦ୍ର ଦଳେଇ, ପୂର୍ଣ୍ଣଚନ୍ଦ୍ର ନାୟକ,କାଳନ୍ଦୀ ସାହୁ,ସିଡିପିଓ ରୁପାଲି ମିତ୍ର,ବିପିଏମ୍‍ ସଂଗୀତା ଦାସ,ଆକାଉଣ୍ଟାଟ୍‍ ଆଶିଷ ବିଭୂତିରାୟ,ଡାକ୍ତର ଅନୁପ ସରକାର,କାନନ୍‍ବାଳା ମହାନ୍ତି,ବିଇଓ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

- Advertisement -

ସଦସ୍ୟ ମାନଙ୍କର ଅଭିଯୋଗ କ୍ରମରେ କଳାପଥର,ବୈଦେଶ୍ୱର ଓ ବରପୁଟ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କର ଅନିୟମିତତା ଅଭିଯୋଗ ଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏହି ସମସ୍ତ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗାଡେନର ଉନ୍ନତି କରଣ, ପାନୀୟଜଳ,ଓଟିକୁ ଆବଶ୍ୟକ ସରଞ୍ଜାମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଆଗାମୀ ବର୍ଷ ନିମନ୍ତେ ୫ଲକ୍ଷ ଟଙ୍କାର ବ୍ୟୟ ବରାଦ ଅନୁମୋଦନ ଲାଭ କରିଥିବା ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories