www.samajalive.in
Saturday, December 6, 2025
15.1 C
Bhubaneswar

ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌; ନେତା ସହ ୫ ଗିରଫ

ଢାକା : ବାଂଲାଦେଶରେ କୋମିଲା ଜିଲାରେ ଜଣେ ୨୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଯୁବତୀଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ କରାଯାଇଛି । ଯୁବତୀଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି । ଘଟଣାର ଭିଡିଓ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ବିଏନପିର ସ୍ଥାନୀୟ ନେତା ସମେତ ୫ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।

ଘଟଣା ୨୬ ଜୁନ୍‌ରେ ଘଟିଥିବା ବେଳେ ୨୭ ଜୁନ୍‌ରେ ଏହାର ଭିଡିଓ ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନାନୁସାରେ ବିଏନପି ନେତା ଫଜର ଅଲ୍ଲୀ (୩୬) ରାତି ପ୍ରାୟ ୧୧ଟାରେ ଯୁବତୀଙ୍କ ଘରେ ପଶି ତାଙ୍କୁ ମାର୍‌ପିଟ୍‌ କରିବା ସହ ଦୁଷ୍କର୍ମ କରିଥିଲେ । ଚିତ୍କାର ଶୁଣାଯିବା ପରେ ଲୋକେ ଏକାଠି ହୋଇ ଅଭିଯୁକ୍ତମାନଙ୍କୁ ଧରିବା ସହ ପୁଲିସ ଜିମା ଦେଇଥିଲେ । ଯୁବତୀ ଜଣକ ୨ ଶିଶୁର ମାଆ ଓ ସେ ହିନ୍ଦୁ ହୋଇଥିବା ପୁଲିସ କହିଛି ।

- Advertisement -

ପୁଲିସ  କହିଛି ଯେ ଏ ସମ୍ପର୍କରେ ମୁରାଦନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଅଭିଯୁକ୍ତ ଫଜର ଅଲ୍ଲୀ ଏବଂ ଭିଡିଓ ତିଆରି କରିଥିବା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ପୀଡିତାଙ୍କୁ ନ୍ୟାୟ ଦାବି କରିଥିଲେ।

ଦେଖନ୍ତୁ ଭିଡିଓ ; ଘରୁ ଆସୁଥିଲା ଅଜବ ଅଜବ ଶବ୍ଦ, ଫ୍ରିଜ୍‌ ଖୋଲିବା ମାତ୍ରେ ଦେଖିଲେ..

ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..

ମଇଁଷି ଦାମ୍‌ ୧୪ ଲକ୍ଷ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories