ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସେ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ। ନିକଟରେ ବିକ୍ରି ହୋଇଥିବା ଏକ ମଇଁଷି ଦାମ୍ ସଭିଁଙ୍କ ହୋସ୍ ଉଡାଇ ଦେଇଛି । ମଇଁଷି ଶହ କି ହଜାରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ଘଟଣା ଗୁଜରାଟର ସାନେ୍ଧ୍ରା ଗାଁରେ ବନ୍ନି ପ୍ରଜାତିର ମଇଁଷି ପ୍ରାୟ ୧୪.୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। କୁହାଯାଇଛି ଗୁଜରାଟରେ ପ୍ରଥମ ଥର ଏତେ ଦାମ୍ରେ ମଇଁଷି ବିକ୍ରି ହୋଇଛି। ଏହି ମଇଁଷିଟି ନିୟମିତ ୨୭ ଲିଟର କ୍ଷୀର ଦେଇଥାଏ। ଏହି ମଇଁଷିଙ୍କ ଶିଙ୍ଗ ଖୁବ୍ ମୋଟା।
ଏହି ମଇଁଷିକୁ ଭୁଜର ସେରୱା ଗାଁର ଜଣେ ଗୋପାଳକ ଶେରୁଭାଇ ଭଲୁ କିଣିଥିଲେ। ବିକ୍ରେତା ଗାଜିଭାଇ ଜଣେ ଗୋପାଳକ ପରିବାରର ଏବଂ ବର୍ତ୍ତମାନ ତାଙ୍କର ପ୍ରାୟ ୮୦ଟି ମଇଁଷି ଅଛି। ବନ୍ନିର ପ୍ରଜାତିର ମଇଁଷିମାନେ ସେମାନଙ୍କର ସ୍ୱଭାବ, କ୍ଷୀର ଉତ୍ପାଦନ ପାଇଁ ଜଣାଶୁଣା।
ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..
ଦେଖନ୍ତୁ ଭିଡିଓ ; ଘରୁ ଆସୁଥିଲା ଅଜବ ଅଜବ ଶବ୍ଦ, ଫ୍ରିଜ୍ ଖୋଲିବା ମାତ୍ରେ ଦେଖିଲେ..



