www.samajalive.in
Saturday, December 6, 2025
15.1 C
Bhubaneswar

ଆସିଲା ‘ସର୍‌ଜମୀନ୍’ ଟିଜର, ଦୃଷ୍ଟି ଆକର୍ଷଣ କରୁଛି ଇବ୍ରାହିମଙ୍କ ଲୁକ୍

ସମାଜ ଡିଜିଟାଲ ଡେସ୍କ: ଇବ୍ରାହିମ୍‌ ଅଲୀ ଖାନ, କାଜୋଲ ଓ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ସର୍‌ଜମୀନ୍’ର ଟିଜର ସୋମବାର ରିଲିଜ୍ ହୋଇଛି। ଏହି ଟିଜରରେ ତିନି କଳାକାରଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର କାହାଣୀ ଦେଶପ୍ରେମ ଏବଂ ଆତଙ୍କବାଦ ସହ ଜଡ଼ିତ ବୋଲି ମନେ ହେଉଛି। ଟିଜରରେ ସରପ୍ରାଇଜ୍‌ ପ୍ୟାକେଜ୍ ଭାବରେ ଇବ୍ରାହିମ ଅଲୀ ଖାନ ନଜର ଆସିଛନ୍ତି।


ଟିଜରରେ ଇବ୍ରାହିମ ଜବରଦସ୍ତ ବଡି ଦେଖାଇଛନ୍ତି। ଟିଜର ରିଲିଜ୍ ହେବାମାତ୍ରେ ତାଙ୍କର ଲୁକ୍ ଭାଇରାଲ ହୋଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦେଶନା ଭାର ବହନ କରିଛନ୍ତି କାୟୋଜ୍‌ ଇରାନୀ। ଜୁଲାଇ ୨୫ରେ ଜିଓ ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବ ‘ସର୍‌ଜମୀନ୍’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories