ବଣାଇ : ବର୍ଷା ଦିନ ଆସିବା ମାତ୍ରେ ସାପ ଦଂଶନରେ ଅନେକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥାଏ । ସୁନ୍ଦରଗଡ ବଣାଇ ଥାନା ଅର୍ନ୍ତଗତ ନରେନ୍ଦ୍ର ପଞ୍ଚାୟତର ୨ଟି ଗ୍ରାମରେ ସାପ ଦଂଶନରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ନାବାଳିକା ରହିଛନ୍ତି । ବିଳମ୍ବିତ ରାତିରେ କଟୁରୀଧୁଆ ଗ୍ରାମରେ ନାବାଳିକା ଜଣକ ଘରେ ତଳେ ଶୋଇଥିବା ବେଳେ ତାଙ୍କ ବେକକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଘରେ ଜାଣିବା ମାତ୍ରେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ବଡପଡା ଗ୍ରାମରେ ଜଣେ ଯୁବକଙ୍କୁ ଏକ ବିଷାକ୍ତ ସାପ କାମୁଡିବା ପରେ ସେ ଗୁରୁତର ହୋଇଥିଲେ । ଚିିକିତ୍ସା ପାଇଁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍; ନେତା ସହ ୫ ଗିରଫ
ଦେଖନ୍ତୁ ଭିଡିଓ ; ଘରୁ ଆସୁଥିଲା ଅଜବ ଅଜବ ଶବ୍ଦ, ଫ୍ରିଜ୍ ଖୋଲିବା ମାତ୍ରେ ଦେଖିଲେ..



