କଦଳୀଗଛ ଲଗାନ୍ତୁ, ସୁଖମୟ ଜୀବନ ସହ ଶନି ଦଶାରୁ ରକ୍ଷା ଓ ପାଇବେ ଅନେକ ଲାଭ

0

ଶାସ୍ତ୍ରରେ ତୁଳସୀ ଗଛ ପରେ କଦଳୀ ଗଛକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଯେକୌଣସି ଶୁଭ କାମରେ କଦଳୀ ଗଛ ଘରର ମୁଖ୍ୟ ଦ୍ବାରରେ ଲଗାଯାଇଥାଏ। କଦଳୀ ପତ୍ରକୁ ସୁନାର ଥାଳୀ କୁହାଯାଏ। କଦଳୀ ପତ୍ରରେ ଭୋଜନ କଲେ ଆୟୁଷ ବୃଦ୍ଧି ହୋଇଥାଏ।

କଦଳୀ ଗଛ ଲଗାଇବାର ଲାଭ:

ଘରେ କଦଳୀଗଛ ଲଗାଇବା ଦ୍ବାରା ବୃହସ୍ପତି ଗ୍ରହ ଯୋଗୁଁ ହେଉଥିବା ସମସ୍ୟାରୁ ରକ୍ଷା ପାଇପାରିବେ।

ଘରେ ସନ୍ତାନସନ୍ତତିଙ୍କର ମଙ୍ଗଳ ହୋଇଥାଏ।

ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ଭୟଙ୍କର ରୋଗରୁ ରକ୍ଷା ମିଳେ।

ଅବିବାହିତ କନ୍ୟାମାନଙ୍କର ବିବାହ ଶୀଘ୍ର ହୋଇଥାଏ।

ଶନିଦଶା ଭୋଗୁଥିବା ବ୍ୟକ୍ତିମାନେ କଦଳୀ ପତ୍ରରେ ଖାଇବା ଦ୍ବାରା ସୁଫଳ ମିଳିଥାଏ।

କଦଳୀ ଗଛ ପୂଜା କରିବାର ବିଧି:

ଗୁରୁବାର ଦିନ ସକାଳୁ ଗାଧୋଇ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ।

କଦଳୀ ଗଛରେ ପାଣି ଢାଳନ୍ତୁ। ୯ଥର କଦଳୀ ଗଛ ଚାରିପଟେ ପରିକ୍ରମା କରନ୍ତୁ।

ଗଛ ପାଖରେ ଗୁଡ଼ ଓ ଚଣାର ଭୋଗ ଲଗାନ୍ତୁ।

ସେଠାରେ ବସି ବୃହସ୍ପତିଙ୍କ ମନ୍ତ୍ର ପାଠ କରନ୍ତୁ।

ନିଜେ ଭୋଗ ଖାଇବା ସହ ଅନ୍ୟ ମାନଙ୍କୁ ବାଣ୍ଟନ୍ତୁ।

କଦଳୀଗଛ ଲଗାଇବାର ବିଧି:

କଦଳୀ ଗଛକୁ ଘରର ମୁଖ୍ୟ ଦ୍ବାରରେ ଲଗାନ୍ତୁ ନାହିଁ।

ଏହାକୁ ଘରର ପଛ ପଟେ ଲଗାନ୍ତୁ।

ଗଛର ଆଖପାଖରେ ଅସନା କରନ୍ତୁ ନାହିଁ।

କଦଳୀ ଗଛକୁ ନାଲି ସୂତାରେ ବାନ୍ଧି କରି ରଖନ୍ତୁ।

 

Leave A Reply