ଜାଣନ୍ତୁ, ବାଉଁଶ ଗଛ ରଖିବାର ବିଶେଷ ମହତ୍ତ୍ୱ
ବାସ୍ତୁଶାସ୍ତ୍ର ଅନୁସାରେ ଫେଙ୍ଗସୁଇକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଫେଙ୍ଗସୁଇରେ ବାଉଁଶରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ଓ ଗଛର ଏକ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ। ଆସନ୍ତୁ ଜାଣିବ ଘରେ ବାଉଁଶର ଗଛ ରଖିବାର ଲାଭ କଣ?
ଘରର ପୂର୍ବ ଓ ଦକ୍ଷିଣ ଦିଗରେ ବାଉଁଶ ଗଛ ରଖିଲେ ବିଶେଷ ଲାଭ ମିଳିଥାଏ। ଏପରି କରିବା ଦ୍ୱାରା ଘରେ ଧନ-ସମ୍ପତ୍ତି ବଢିବା ସହ ସମୃଦ୍ଧି ମଧ୍ୟ ହୋଇଥାଏ। ତେଣୁ ଏହାକୁ ଘରେ ନିଶ୍ଚିତ ଭାବେ ରଖନ୍ତୁ।
ଫେଙ୍ଗସୁଇରେ ଗଛର ସଂଖ୍ୟାକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଏକ ବିଶେଷ ସଂଖ୍ୟାର ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ୩ଟି ବାଉଁଶ ଖୁସି ରହିବା ପାଇଁ, ୫ଟି ବାଉଁଶ ଧନ ବୃଦ୍ଧି ପାଇଁ ରଖିବା ଉଚିତ। ଏହାକୁ ଲାଲ ରଙ୍ଗର ସରୁ କପଡା ଓ କାଚର ପାତ୍ରରେ ପାଣି ଭର୍ତ୍ତି କରି ବାଉଁଶ ଗଛକୁ ରଖନ୍ତୁ।
ବାଉଁଶ ଗଛକୁ କାର୍ଯ୍ୟାଳୟର ଟେବୁଲ ଉପରେ ଡାହାଣ ପାଶ୍ୱର୍ରେ ରଖିବା ଉଚିତ।
ପିଲାଙ୍କ ପାଠପଢାରେ ଉନ୍ନତି ପାଇଁ ପଢା ଘରର ଟେବୁଲ ଉପରେ ବାଉଁଶ ଗଛକୁ ରଖନ୍ତୁ।
ବୈବାହିକ ଦମ୍ପତିମାନେ ଖୁସିରେ ରହିବା ପାଇଁ ଶୋଇବା ଘରେ ୨ଟି ବାଉଁଶର ଗଛ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ।