www.samajalive.in
Sunday, December 7, 2025
13.1 C
Bhubaneswar

ଇମ୍ରାନଙ୍କୁ ଆମେରିକାରେ ବିରୋଧ

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେଠାରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ୱାଶିଂଟନ ଡିସିରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଇମ୍ରାନ ଖାନଙ୍କୁ ବିରୋଧ କରାଯାଇଥିଲା। ସେଠାରେ କେତେକ ବେଲୁଚିସ୍ତାନ କାର୍ଯ୍ୟକର୍ତ୍ତା ହଙ୍ଗାମା କରିଥିଲେ। ସେମାନେ ପାକିସ୍ତାନ ଓ ଇମ୍ରାନ ଖାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାପରେ ସେମାନେ ବେଲୁଚିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ଫଳରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାରକୁ ନେଇଯାଇଥିଲେ।

- Advertisement -

ଏନେଇ ସାମାଜିକ ଗଣମାଧ୍ୟମରେ ଅପଲୋଡ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନ ସୁରକ୍ଷା ବାହିନୀ ଦ୍ୱାରା ବେଲୁଚିସ୍ତାନରେ ଚାଲିଥିବା ଅତ୍ୟାଚାର ଓ ମାନବାଧିକାର ଉଲ୍ଲଙ୍ଘନ ବିରୋଧରେ ଆମେରିକାରେ ରହୁଥିବା ବେଲୁଚିସ୍ତାନୀମାନେ ପ୍ରଥମେ ସ୍ଲୋଗାନ ଦେଇଥିଲେ। ଏହାପରେ ପାକିସ୍ତାନ ସରକାର ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଇମ୍ରାନ ଖାନ ନିଜ ଭାଷଣରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କଡ଼ା ସମାଲୋଚନା କରିଥିଲେ। ତାଙ୍କୁ କୌଣସି ପ୍ରକାର ସୁବିଧା ଦିଆଯିବ ନାହିଁ ବୋଲି କହିଥିଲେ।

ପ୍ରକାଶ ଯେ ଶନିବାର ସନ୍ଧ୍ୟାରେ ଇମ୍ରାନ ଖାନ ଆମେରିକାରେ ପହଞ୍ଚିଥିଲେ। ତେବେ ବିମାନ ବନ୍ଦରରେ ତାଙ୍କ ସ୍ୱାଗତ ପାଇଁ ଆମେରିକା ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଯାଇନଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମେଟ୍ରୋ ଟ୍ରେନ ଯୋଗେ ହୋଟେଲ ଯାଇଥିଲେ। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଆମେରିକାରେ ରହୁଥିବା କେତେକ ପାକିସ୍ତାନୀ ଲୋକଙ୍କ ସହ ବିମାନ ବନ୍ଦରରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଏହା ପୂର୍ବରୁ ୨୦୧୫ ଅକ୍ଟୋବରରେ ନୱାଜ ସରିଫ ଆମେରିକାକୁ ଅଧିକାରୀକ ଯାତ୍ରା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories