www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ଧୁ ସହ ମିଶି ସ୍ତ୍ରୀକୁ ଅସଦାଚରଣ ଓ ଚୁଟି କାଟିଲା ସ୍ୱାମୀ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାତଅଧିଆ ରାସ୍ତାରୁ ସ୍ତ୍ରୀକୁ ଟେକି ନେବା ପରେ ବନ୍ଧୁ ସହ ମିଶି ଅସଦାଚରଣ କରିବା ସହ ସମ୍ପୃକ୍ତା ମହିଳାଙ୍କ ଚୁଟି କାଟିବା ଭଳି ବର୍ବରତା ଘଟାଯାଇଛି। ନୀଳଗିରି ଥାନା ତଥା ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ଅଧୀନ ବାଇଗଡ଼ିଆ ଗାଁର ଦିଲୀପ ସିଂ (୩୦) ଚଷାଖଣ୍ଡ ଗାଁର ଶାନ୍ତି ସିଂ (୨୭)ଙ୍କୁ ବିବାହ କରିଥିଲେ। ସେମାନଙ୍କଠାରୁ ୨ଟି ପୁତ୍ର ସନ୍ତାନ ଜାତ ହୋଇଛନ୍ତି। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ମତାନ୍ତର ହୋଇଥିଲା। ଏନେଇ କିଛିଦିନ ପୂର୍ବରୁ ନୋଟାରୀରେ ବିବାହ ବିଛେଦ ନିମନ୍ତେ ମଧ୍ୟ ଆବେଦନ କରାଯାଇଛି। ସମ୍ପ୍ରତି ମହିଳା ଜଣକ ତାଙ୍କ ବାପଘରେ ରହୁଥିବା ଜଣାଯାଇଛି। କିନ୍ତୁ ଶନିବାର ରାତିରେ ସେ ଗାଁ ରାସ୍ତାରେ ଏକାକୀ ଚାଲୁଥିବା ସୁଯୋଗରେ ତାଙ୍କ ସ୍ୱାମୀ ଦିଲୀପ ଓ ବନ୍ଧୁ ମୁନ୍ନା ସିଂ ଦୁହେଁ ମିଶି ମହିଳାଙ୍କୁ ଟେକି ନେଇ ରାତିରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏପରିକି ତାଙ୍କ ସ୍ୱାମୀ ଜଣକ ତାଲିବାନୀ ଭଳି ସ୍ତ୍ରୀର ଚୁଟି କାଟି ଦେଇଥିବା ଜଣାଯାଇଛି। ଏହି ଚୁଟି କାଟିବା ଘଟଣାରେ ତାଙ୍କ ବନ୍ଧୁ ବ୍ଲେଡ ଓ କଇଁଚି ଯୋଗାଇଥିବା ନେଇ ମହିଳା ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ସ୍ୱାମୀର ନିର୍ଯାତନା ସହି ନପାରି ବିବାହ ବିଛେଦ ହୋଇ ବାପଘରେ ରହୁଥିବା ଏହି ମହିଳାଙ୍କଠାରେ ଏଭଳି ବର୍ବରତା ଘଟାଇବା ସମ୍ପ୍ରତି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ଲେଖା ହେବା ବେଳକୁ ନୀଳଗିରି ଥାନାରେ ଉଭୟ ପକ୍ଷଙ୍କୁ ପୁଲିସ ପକ୍ଷରୁ ପଚରା ଉଚରା ଜାରି ରହିଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories