www.samajalive.in
Monday, December 8, 2025
14.1 C
Bhubaneswar

ବଲାଙ୍ଗିରରେ ବଢୁଛି କରୋନା ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା, ଶନିବାର ୬୪ ନୂଆ କରୋନା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାର ନୂଆ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ସହରରୁ ୨୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରୁ ଅନେକ ରୋଗୀ ଚିହ୍ନଟ ହୋଇଥିବା ଜିଲାପ୍ରଶାସନ ସୂଚନା ଦେଇଛି । ଶନିବାର ଚିହ୍ନଟ ହୋଇଥିବା ୬୪ ଜଣ କରୋନା ରୋଗୀଙ୍କ ମଧ୍ୟରେ ୫ ଜଣ କୋଭିଡ ଯୋଦ୍ଧା ଥିବା ସୂଚନା ମିଲିଛି ।

ଜିଲା ପ୍ରଶାସନ ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳର ରାଧାରାଣୀପଡାରୁ ୫ ଜଣ, ସିଭିଲ କୋର୍ଟ ପଛପଟ ଅଞ୍ଚଳ ଓ ଆନନ୍ଦନଗରରୁ ୩ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରୁଗୁଡିପଡା ଓ କଲେଜଛକରୁ ୨ ଜଣ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେହିପରି ଟିକ୍ରାପଡା, ବେହେରାପାଲି, ରାମେଶ୍ୱରନଗର, ମନୋହରପୁର ରିଜର୍ଭପୁଲିସ, ପେଲେସ ଲାଇନ, ତାଲପାଲିପଡା ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ସହରର ଅନ୍ୟ ଜଣେ ଯୁବକ କଟକ ଏସସିବି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଦେଓଗାଁ ବ୍ଲକ ପାଢେଲରୁ ୪ଜଣ, ଦେଓଗାଁ ସଦର ଗାଁରୁ ଜଣେ ଓ ଫଟାମୁଣ୍ଡାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋଇସିଂହା ବ୍ଲକ ମାହାରପାଲିରୁ ୩ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା, ତାଲଜୁରୀ, ତଲିଉଡାର, ଯୋଗୀସର୍ଡା ଓ ବୁର୍ଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ବ୍ଲକ ଟିଟିଲାଗଡରୁ ୨ଜଣ, ଖୋଲାନ ଓ ବାଗଦେର ଗାଁରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସେହିପରି କଣ୍ଟବାଞ୍ଜି ସହରରୁ ୬ଜଣ, ବଲାଙ୍ଗିର ସଦର ବ୍ଲକ ଚନ୍ଦନଭାଟିରୁ ଜଣେ, ଆଗଲପୁର ବ୍ଲକ ଭରସୁଜାରୁ ଜଣେ, ବଙ୍ଗୋମୁଣ୍ଡବ୍ୱ୍କ ସିନେ୍ଧକେଲାରୁ ୬ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ ବେଲଗାଁରୁ ଜଣେ ରୋଗୀ କରୋନା ସଂକ୍ରମଣର ଶୀକାର ହୋଇଥିବା ସୂଚନା ରହିଛି। ଶନିବାର ଚିହ୍ନଟ ହୋଇଥିବା ଜଣେ ରୋଗୀ ସୋନପୁର ଜିଲା ସିଆଲଯୁରୀର ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ବଲାଙ୍ଗିର ଜିଲାରେ ଦିନକୁଦିନ କୋଭିଡ ଯୋଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଲିଛି। ଆବଶ୍ୟକ ବ୍ୟବସ୍ଥା ସତ୍ୱେ ପ୍ରତିଦିନ ଏକାଧିକ କୋଭିଡ ଯୋଦ୍ଧା ଆକ୍ରାନ୍ତ ହେଉଥିବା ସୂଚନା ମିଲୁଛି। ଶନିବାର ପୁଣି ୫ ଜଣ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଜିଲାରେ କାମ କରୁଥିବା ଡାକ୍ତର, ନର୍ସ, ସହାୟକ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଲିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories