www.samajalive.in
Sunday, December 7, 2025
14.1 C
Bhubaneswar

ଦେଶୀ ଚାଷୀଙ୍କ ପରିବା ବଜାର ‘ଚନ୍ଦନଭାଟି’

ବଲାଙ୍ଗିର: ରାତି ପ୍ରାୟ ୧୨ଟା। ବଲାଙ୍ଗିର ସଦର ବ୍ଲକରୁ ପ୍ରାୟ ୮ କିଲୋମିଟର ଦୂର ଚନ୍ଦନଭାଟି ଗାଁ। ଗାଁର ମୁଖ୍ୟ ଛକ ରାସ୍ତାର ଉଭୟ କଡରେ ଭଳିକି ଭଳି ପନିପରିବା ପସରା ମେଲାଇଥିଲେ ଚାଷୀ। ଆଉ ବେପାରୀମାନେ ପହଞ୍ଚି ମୂଲଚାଲ କରିବା ସହ ସେମାନଙ୍କଠାରୁ ପନିପରିବା କିଣି ଗାଡିରେ ବୋଝେଇ କରୁଥିଲେ। ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଚାଷୀ ପନିପରିବା ନେଇ ଆସୁଥିବା ବେଳେ ଭୋର୍ ୩ରୁ ୪ଟା ଯାଏ ଚାଲିଥିଲା କିଣା ବିକା। ସବୁଦିନ ରାତିରୁ ଭୋର୍ ଯାଏଁ ଏମିତି ଚାଲେ ଚନ୍ଦନଭାଟି ପନିପରିବା ବଜାର। ଜିଲା ତଥା ଜିଲା ବାହାରୁ ବେପାରୀ ଏଠାରେ ଠୁଳ ହୁଅନ୍ତି। ହେଲେ ପରିବା ବିକାଳିଙ୍କ ପାଇଁ ଏଠାରେ ସାଧାରଣ ସୁବିଧା ଟିକିଏ କରାଯାଇ ନାହିଁ। ଯାହାକୁ ନେଇ ପନିପରିବା ବିକ୍ରି କରିବାକୁ ଆସୁଥିବା ଚାଷୀମାନେ କ୍ଷୋଭ ପ୍ରକାଶ କରନ୍ତି।

କେବଳ ଚନ୍ଦନଭାଟି ଗାଁର ଚାଷୀ ଏଠାରେ ପନିପରିବା ବିକ୍ରି କରନ୍ତି ନାହିଁ। କୁଶମେଲ, ଜାମୁଟିଆ, ଉଚ୍ଚବାହାଲ, ସିଂହାଣିମୁଣ୍ଡା, ଫଟାବାହାଲ, ତଲିଉଡାର, ବୁରୋମୁଣ୍ଡା, ରଘୁପଦର ଭଳି ବଲାଙ୍ଗିର ସଦର ବ୍ଲକ, ଲୋଇସିଂହା ବ୍ଲକର ପ୍ରାୟ ୬ଶହରୁ ଉର୍ଦ୍ଧ ଚାଷୀ ଏହି ବଜାରକୁ ଆସୁଥିବା ଉଚ୍ଚବାହାଲ ଗାଁର ଯୁବ ଚାଷୀ ବୃନ୍ଦାବନ ବେହେରା କହନ୍ତି। ଦୀର୍ଘ ଦିନରୁ ଚନ୍ଦନଭାଟିରେ ରାତ୍ରୀକାଳୀନ ପରିବା ବଜାର ବସି ଆସୁଛି। କେତେବେଳେ ଦାମ୍ କମି ଗଲେ ଚାଷୀମାନେ ଅସହାୟ ହୋଇ, କ୍ଷତି ସହି ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ଏଭଳିକି ଅଧିକ ଲାଭ ଆଶାରେ ୨ଚକିଆ, ୪ ଚକିଆ ରଖିଥିବା ଚାଷୀ ଏଠାରେ ପନିପରିବା ନବିକି ବଲାଙ୍ଗିର ଦୈନିକ ବଜାରକୁ ଯାଉଥିବା ବୃନ୍ଦାବନ ମତ ଦିଅନ୍ତି। ବଜାରକୁ ପନିପରିବା କିଣିବାକୁ ଆସିଥିବା ବେପାରୀ ହେମନ୍ତ ସେଠଙ୍କ କହିବା ଅନୁସାରେ, ସେ ଦୀର୍ଘ ୨୦ ବର୍ଷ ହେଲା ଏହି ବଜାରରୁ ପନିପରିବା କିଣି ଆସୁଛନ୍ତି। ଏଠାରେ ଦେଶୀ ପରିବା ମିଳୁଥିବା ଓ ରସାୟନିକ ପଦ୍ଧତି ତୁଳନାରେ ଜୈବିକ ଚାଷ ହେଉଥିବାରୁ ଚନ୍ଦନଭାଟି ବଜାରର ପନିପରିବା ଚାହିଦା ବେଶୀ। ବଲାଙ୍ଗିର ସହ ସୋନପୁରରୁ ମଧ୍ୟ ଏଠାକୁ ବେପାରୀମାନେ ପନିପରିବା ନେବା ପାଇଁ ଆସୁଥିବା ହେମନ୍ତ ମତ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories