ହାଇକୋର୍ଟ ଯିବ ବୈଷ୍ଣୋଇ ସମାଜ

0

ଯୋଧପୁର : ନିମ୍ନ ଅଦାଲତ ସଲମାନଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଏହାକୁ ନେଇ ବୈଷ୍ଣୋଇ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିମ୍ନ ଅଦାଲତ ଦ୍ୱାରା ପ୍ରଦାନ ଏହି ଜାମିନ ଆଦେଶ ପ୍ରତିବାଦରେ ସେମାନେ ରାଜସ୍ଥାନ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ତେବେ କୃଷ୍ଣସାର ମୃଗକୁ ବୈଷ୍ଣୋଇ ସମାଜ ସେମାନଙ୍କର ଗୁରୁ ଭଗବାନ ଜମ୍ବେଶ୍ୱରଙ୍କ ଅବତାର ବୋଲି ବିବେଚନା କରିଥାନ୍ତି।

Leave A Reply