ଗାଁରେ ରହିଛି ପ୍ରଥମ କଳା, କବିତା, ସାହିତ୍ୟ ଓ ସଂସ୍କୃତି

ବଡ଼ସାହି : ମୟୂରଭଞ୍ଜ ଜିଲା, ବଡ଼ସାହି ବିବେକାନନ୍ଦ ବିହାର ଠାରେ ୩ଦିନ ଧରି ଚାଲିଥିବା ୩୯ତମ ବାଣୀପୀଠ ମହୋତ୍ସବ ଉଦ୍‍ଯାପିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଲକ୍ଷ୍ମୀଧର ରାଉତ ସାରସ୍ୱତ ପତାକା ଉତ୍ତୋଳନ ପରେ କବିତା ମହାଯଜ୍ଞରେ ୬ଟି ଆହୁତି ପ୍ରଦାନ କରାଯାଇଥିଲା। ବିଭିନ୍ନ ଆହୁତିର ମୁଖ୍ୟକର୍ତ୍ତା ଭାବେ ପ୍ରଫେସର ଯନ୍ତ୍ରଣା ପରୀକ୍ଷୀତ, ଡ. ଲକ୍ଷ୍ମଣ ସାହୁ, ଡ. ପଦ୍ମଲୋଚନ ମହାକୁଡ, ପ୍ରଫେସର ଡ. ବିଜୟ କୁମାର ଦେ, ଡ. ପବିତ୍ର କୁମାର ସୁବୁଦ୍ଧି ଓ ଡ. ଗୋବର୍ନ୍ଧନ ସାହୁ ଯୋଗ ଦେଇଥିଲେ। ମଧ୍ୟାହ୍ନରେ ସାମ୍ବତ୍ସରିକ ଉଦ୍‍ଯାନ ସମାରୋହ ଆର୍ଯ୍ୟକବି ପଣ୍ଡିତ ଡଃ ପ୍ରମୋଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡ. ହୁସେନ ରବିଗାନ୍ଧୀ ଯୋଗଦାନ କରି ପ୍ରଥମ କଳା, କବିତା, ସାହିତ୍ୟ ଓ ସଂସ୍କୃତି, ସହରରେ ନୁହେଁ ଗ୍ରାମାଞ୍ଚଳ(ପଲ୍ଲୀ)ରେ ହିଁ ରହିଛି ବୋଲି କହିଥିଲେ।

kalyan agarbati

Comments are closed.