www.samajalive.in
Wednesday, December 10, 2025
17.1 C
Bhubaneswar

ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ବଡ଼ସାହି : ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଡ଼ସାହି ଉପ୍ରା ବିଦ୍ୟାଳୟରେ ସୋମବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ପୁରୁଣାପାଣି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଚୀନ୍ଦ୍ର କୁମାର ବିଶ୍ୱାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ସନ୍ତୋଷ କୁମାର ବିଶ୍ୱାଳ, କୃପାସିନ୍ଧୁ ବେରା, ଭିନ୍ନକ୍ଷମଙ୍କ ସାଧନକର୍ମୀ ବାସନ୍ତୀଲତା ନାୟକ, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ତପନ ଉପାଧ୍ୟାୟ ଓ କଇଁଶାଳୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ଦିବ୍ୟାଙ୍ଗ ପ୍ରଧାନଶିକ୍ଷକ ହରିମୋହନ ସିଂ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ମାନେ ସମାଜର ପଛୁଆ ନୁହନ୍ତି ତାଙ୍କୁ ପ୍ରେରଣା ଯୋଗାଇଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଗିରି ଯୋଗଦେଇ ଦିବସର ତାତ୍ପର୍ଯ୍ୟ ଓ ଉତ୍ସବ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ବଜାରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୀଠ ସଫେଇ ସାଙ୍ଗକୁ ମାଲ୍ୟାର୍ପଣ ପରେ ଛାତ୍ରଛାତ୍ରୀଙ୍କ ଏକ ସଚେତନତା ରାଲି ବଜାର ପରିକ୍ରମା କରିଥିଲା। ପ୍ଲା-କାର୍ଡ଼ ଓ ସ୍ଳୋଗାନ ଜରିଆରେ ‘ଦିବ୍ୟାଙ୍ଗ ମାନେ ବି ଏ ସମାଜର ଅଭିନ୍ନ ଅଙ୍ଗ, ଇଶ୍ୱରଙ୍କ ସୃଷ୍ଟିରେ ସଭିଏଁ ସମାନ’ ବାର୍ତ୍ତା ବାଣ୍ଟିଥିଲେ। ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories