www.samajalive.in
Tuesday, December 9, 2025
15.1 C
Bhubaneswar

ବଡ଼ମ୍ବା ମା ଭଟ୍ଟାରିକାଙ୍କ ମନ୍ଦିର ଦେଇ ସାଢେ ୫ଫୁଟର ବନ୍ୟାଜଳ ପ୍ରଭାହିତ

ବଡ଼ମ୍ବା: ରବିବାର ସକାଳବେଳା ପାଖାପାଖି ଦେଢଫୁଟ ଉଚ୍ଚତାର ବନ୍ୟାଜଳ ପୂର୍ବାପେକ୍ଷା ମହାନଦୀରେ ବଢିଥିବା ବଡ଼ମ୍ବାର ମା ଭଟ୍ଟାରିକା ପୀଠରେ ପରିଲକ୍ଷିତ ହୋଇଛି। ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରଦେଇ ପାଖାପାଖି ସାଢେ ୫ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଫଳସ୍ୱରୁପ ଗତପ୍ରାୟ ୪ଦିନ ହେବ ଠାକୁରାଣୀଙ୍କ ମୂଳପୀଠରେ ପୂଜା ବନ୍ଦ ରହିଛି। ପୀଠସ୍ଥ ମା’ଙ୍କ ବିଜେ ପ୍ରତିମାଙ୍କୁ ବନ୍ୟା ପରଠୁ ମନ୍ଦିର ନିକଟସ୍ଥ ରୋଷଘର ପାଖ ପାହାଡ଼ି ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଦେବୀଙ୍କର ଦୈନନ୍ଦିନ ନୀତିକାନ୍ତି ଯଥାରୀତି ପାଳନ ହେଉଥିବା ପ୍ରମୁଖ ପୂଜକ ଶିରିଶ ରଣା ଏବଂ ସାମାଲ ରଣା ପ୍ରକାଶ କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତି ପରଖିବାକୁ ରବିବାର ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି ବଡ଼ମ୍ବା ଗସ୍ତ କରିଥିଲେ। ଉପଜିଲାପାଳ ଶ୍ରୀ ମହାନ୍ତି ସ୍ଥାନୀୟ ତହସିଲଦାର ଅନୀଲକୁମାର ପଟ୍ଟନାୟକଙ୍କ ସହିତ ପ୍ରଥମେ ମା ଭଟ୍ଟାରିକାଙ୍କ ପୀଠ ପରିଦର୍ଶନ କରି ପୀଠର ହାଲଚାଲ ପରଖିବା ପରେ ବନ୍ୟା ପ୍ରଭାବିତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିଥିଲେ। ଉପଜିଲାପାଳ ନଦୀକୂଳ କାଞ୍ଜିଆପାଳଠୁ ଧରି ଶଂଖାମେରୀ,କନ୍ତପଡ଼ା,ଗୋପୀନାଥପୁର,ନରଣପୁର,ତୁଣପୁର,ମୁଗଗହୀର ହୋଇ ବାଙ୍ଗେରିସିଂହାରେ ପହଞ୍ଚିଥିଲେ। ବାଙ୍ଗେରିସିଂହା ଏବଂ ନୂଆବାଙ୍ଗେରିସିଂହା(ଲଟାକାନ୍ଥ) ଅଞ୍ଚଳ ପରିଦର୍ଶନ କରି ସେଠାରେ ଅଧିକମାତ୍ରାରେ ପ୍ରଭାବିତ ହୋଇଥିବା ତଥା ବନ୍ୟାଜଳରେ ବୁଡ଼ିରହିଥିବା ଶହଶହ ଏକର ଚାଷଜମି ଏବଂ ନଷ୍ଟ ହୋଇଥିବା ଫସଲ ଅନୁଧ୍ୟାନ କରିଥିଲେ। ବନ୍ୟାଜଳ ଛାଡ଼ିଲେ ସେସବୁ ଫସଲର କ୍ଷୟକ୍ଷତି ଆକଳନ କରାଯିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରକାଶଥାଉକି କୃଷିବିଭାଗର ପ୍ରାଥମିକ ଆକଳନ ଅନୁଯାଇ ଚଳିତ ବନ୍ୟାରେ ବଡ଼ମ୍ବା ବ୍ଲକର ନଦୀକୂଳ ରତାପାଟ ମାଳବନ୍ଧଠୁ ଧରି ବାଙ୍ଗେରିସଂହା ତଥା ଦିନିଆରୀଠୁ ଧରି ଗଡ଼ାପୋଖରୀ ମାହାଲ ପର୍ଯ୍ୟନ୍ତ ପ୍ରାୟ ୧୪୧୦ହେକ୍ଟରରୁ ଉଦ୍ଧ୍ୱର୍ ଚାଷଜମି ବନ୍ୟାଜଳରେ ବୁଡ଼ିରହିଥିବା ଏବଂ ଏହାଦ୍ୱାରା ଫସଲ ହାନିର ସମ୍ଭାବନା ସୃଷ୍ଟି ହୋଇଥିବା ପ୍ରକାଶ। ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଥିବା ଯୋଡ଼ୁମ,ଇନ୍ଦ୍ରାଙ୍ଗ,ନୂଆବନ୍ଧ,ଦିନିଆରୀ,ବେଲପଡ଼ା ଆଦି ଅଞ୍ଚଳର ଜଳପ୍ଲାବିତ ଚାଷଜମି ଦେଖି ଉପଜିଲାପାଳ ଶ୍ରୀ ମହାନ୍ତି ନରସିଂହପୁର ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଚଳିତ ବନ୍ୟାରେ ନଦୀକୂଳ ଗ୍ରାମସମୁହରେ ଲୋକଙ୍କ ଧନଜୀବନ ପ୍ରତି ବିପଦ ଆସିଲାଭଳି ପରିସ୍ଥିତି ଏଯାବତ୍ କୌଣସିଠାରେ ଉପୁଜିନଥିବା ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସର୍ବଦା ସଜାଗଥିବା ତହସିଲଦାର ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories