‘ଐତିହ୍ୟପୂର୍ଣ୍ଣ ସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବା ଯୁବପିଢୀଙ୍କ କର୍ତ୍ତବ୍ୟ’

ଏକାଦଶ ବଡ଼ମ୍ବା ଚନ୍ଦନ ମହୋତ୍ସବ ଉଦଯାପିତ

ବଡ଼ମ୍ବା :  ଐତିହାସିକ ଭଉଁରି ଯାତ୍ରା ଅବସରରେ ଅନୁଷ୍ଠିତ ଏକାଦଶ ବଡ଼ମ୍ବା ଚନ୍ଦନ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଶତାଧିକ ବର୍ଷର ପାରମ୍ପରିକ ଉତ୍ସବ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହି ଐତିହ୍ୟପୂର୍ଣ୍ଣ ସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବା ଆଜିର ଯୁବପିଢୀଙ୍କ କର୍ତ୍ତବ୍ୟ ବୋଲି ଉତ୍ସବ ଅବସରରେ ଅତିଥିମାନେ ମତପୋଷଣ କରିଥିଲେ। ସ୍ଥାନୀୟ ଟେନିସ ପଡ଼ିଆସ୍ଥିତ କବିଚନ୍ଦ୍ର ନାଟ୍ୟ ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ,ଜିଲା ପ୍ରଶାସନ ଏବଂ ଚନ୍ଦନ ମହୋତ୍ସବ କମିଟିର ମିଳିତ ସହଯୋଗରେ ଏହି ମହୋତ୍ସବ ୫ଦିନ ଧରି ପାଳନ କରାଯାଇଥିଲା। ମହୋତ୍ସବ କମିଟିର ସଭାପତି ତହସିଲଦାର ତପନକୁମାର ପରିଡ଼ା ଏବଂ କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ ସଭାରେ କଟକ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲାପାଳ ଭବାନୀଶଙ୍କର ଚୟିନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ,ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ ,ସାମାଜିକ କର୍ମୀ ସରୋଜକୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ମହୋତ୍ସବ କମିଟିର ଉପସଭାପତି ଶକ୍ତିଶ୍ୱର ରଣା, ସମ୍ପାଦକ ତ୍ରିବିକ୍ରମ ପଢିଆରୀ, ସହସମ୍ପାଦକ ଦେବୀ ପ୍ରସାଦ ବସନ୍ତରା,କୋଷାଧ୍ୟକ୍ଷ ଅବିନାଶ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବ ଅବସରରେ କଳା,ସାହିତ୍ୟ,ସମାଜସେବା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବଡ଼ମ୍ବାର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

kalyan agarbati

Comments are closed.