ପ୍ରଧାନମନ୍ତ୍ରୀ ଗ୍ରାମସଡ଼କରେ ଜମୁଛି ପାଣି
ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣ ଠାରୁ କଣ୍ଠିପଦର ପର୍ଯ୍ୟନ୍ତ ଲୋକଙ୍କ ଯାତାୟତ ସୁବିଧା ପାଇଁ ନିର୍ମାଣ ହୋଇଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ। ମାତ୍ର ଗୁଣ୍ଡୁରୀସାହି ଛକ ନିକଟରେ ରାସ୍ତାରୁ ପାଣି ନିଷ୍କାସନ ପାଇଁ ଡ୍ରେନ ସୁବିଧା ନଥିବାରୁ ସବୁ ସମୟରେ ରାସ୍ତା ଉପରେ ବନ୍ଧ ଭଳି ପାଣି ଜମିରହୁଛି। ସୂଚନା ଥାଉକି ୨୦୧୯ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୨୦୨୫ମସିହା ପର୍ଯ୍ୟନ୍ତ ଚୁକ୍ତି ହେଇଥିଲା। ତେବେ ଏହି ରାସ୍ତା ନିର୍ମାଣ ନିମ୍ନ ମାନର ହୋଇଥିବାରୁ ଗାଡ଼ିମଟର ଯାତାୟତ ଫଳରେ ବିଭିନ୍ନ ସ୍ଥାନରେ ଖାଲ ହୋଇ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷାରେ ପାଣି ଜମୁଛି। ପାଣି ନିଷ୍କାସନର ବ୍ୟବସ୍ଥା ପାଇଁ ଡ୍ରେନ ସୁବିଧା ନଥିବାରୁ ଯାନ ବାହାନ ଗମନା ଗମନରେ ବ୍ୟାଘାତ ସୃଷ୍ଟି ହେଉଛି। ତୁରନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ସହ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଦାବିକରିଛନ୍ତି।
Comments are closed.