www.samajalive.in
Tuesday, December 9, 2025
16.1 C
Bhubaneswar

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା : ଯୋଗଗୁରୁ ବାବା ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସିପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ମଥୁରାର ଏକ ଆଶ୍ରମର ବୋଲି ଜଣାଯାଇଛି। ଏଠାରେ ବାବା ଯୋଗ ଶିକ୍ଷା ଦେଉଥିଲେ। ରାମଦେବ ଯୋଗ ଶିଖାଉଥିବା ସମୟରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ଭାଇରାଲ ହୋଇଥିବା ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାର ଦେଖିବାକୁ ମିଳିୁଛି। ଯୋଗ କରିବାରେ ରାମଦେବ ମଜ୍ଜି ଯାଇଥିବା ବେଳେ ହଠାତ ହାତୀଟି ହଲଚଲ ହୋଇଥିଲା। ଫଳରେ ରାମଦେବ ଭାରସାମ୍ୟ ରକ୍ଷା କରି ନପାରି ହାତୀ ଉପରୁ ତଳକୁ ଖସି ପଡ଼ିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସେ ତଳେ ପଡ଼ିଯିବା ସତ୍ତ୍ବେ ସଙ୍ଗେସଙ୍ଗେ ଛିଡ଼ା ହୋଇ ଆଗକୁ ଚାଲିଚାଲି ଯାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ ରାମଦେବଙ୍କୁ କୌଣସି ଆଘାତ ଲାଗି ନଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories