www.samajalive.in
Monday, December 15, 2025
24.1 C
Bhubaneswar

ସାଇବର ଅପରାଧ ସମ୍ପର୍କିତ ଆଇନ ସଚେତନତା ଶିବିର

ଆଠଗଡ : ଆଠଗଡ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ସାଇବର ଅପରାଧ ଓ ପୋକସୋ ଆଇନ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଏଥିରେ ଅଧ୍ୟକ୍ଷତା କରି  ଆଇନ ସମ୍ବନ୍ଧରେ ଜାଣିବା, ସଚେତନ ହେବା ଓ ସତର୍କତା ଅବଲମ୍ବନ ଦ୍ୱାରା ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ପୋକସୋ ଆଇନ କଣ, ଏବଂ ଏହି ଆଇନର ବିଭିନ୍ନ ଦିଗ ଉପରେ ଏଡିଜେ ବିସ୍ତୃତ ଭାବେ ବୁଝାଇଥିଲେ । ଆଠଗଡ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ, ପ୍ରସନ୍ନ କୁମାର ରାଉତ, ସୁପ୍ରଭା ଦୋରା, ଶ୍ରୀନିବାସ ଦାସ ଓ ଆଠଗଡ ଥାନା ଉପନିରୀକ୍ଷକ ଜନ୍ମିତା ସାସମଲ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ସାଇବର ଅପରାଧର ନୂଆ ନୂଆ ଶୈଳୀ ଉପଯୋଗ କରି ଅପରାଧୀ କିପରି ଲୋକଙ୍କୁ ଠକୁଛନ୍ତି ସେ ସମ୍ପର୍କରେ ପୁଲିସ ଉପନିରୀକ୍ଷକ ଶ୍ରୀମତି ସାସମଲ୍ ଅବତାରଣା କରିବା ସହ ସତର୍କତା ଅବଲମ୍ବନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ସଭାରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories