ହୋ ହଲ୍ଲା ଯୋଗୁଁ ଉଭୟ ଗୃହ କାଲି ପର୍ଯ୍ୟନ୍ତ ମୁଲତବୀ, ଆଗତ ହୋଇ ପାରିଲାନି ଅନାସ୍ଥା ପ୍ରସ୍ତାବ,

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଦିନ ୧୧ଟା ସମୟରେ ଟିଡିପି ଓ ୱାଏସ୍ଆର କଂଗ୍ରେସ ଦ୍ବାରା ଲୋକସଭାରେ ଅବିଶ୍ଵାସ ନୋଟିସ ପ୍ରଦାନ କରାଯାଇଥିଲା। ଗତ ଶୁକ୍ରବାର ଏଭଳି ପ୍ରକ୍ରିୟା ସମ୍ପର୍କରେ ଉଭୟ ଦଳ…
Read More...

ଯୋଗୀ ସରକାରଙ୍କୁ ସମାଲୋଚନା କଲେ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ଉପ ନିର୍ବାଚନରେ ପରାଜୟର ସମୀକ୍ଷା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଖୋଦ୍ଙ୍ ଯୋଗୀଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ତାଙ୍କ ସରକାରର…
Read More...

୨୦ରୁ ମାଟ୍ରିକ ମୂଲ୍ୟାୟନ; ଖାତା ଦେଖିବନି ଶିକ୍ଷକ ମଞ୍ଚ

ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଥିବା ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବ। ଏହି ପରିପ୍ରେକ୍ଷୀରେ ପରୀକ୍ଷା ଖାତା ଦେଖା…
Read More...

ଠକେଇର ଶିକାର ହେଲେ ଦ୍ରାବିଡ଼, ପୁଲିସରେ ଅଭିଯୋଗ

ବେଙ୍ଗାଲୁରୁ : ପୂର୍ବତନ ଭାରତୀୟ କ୍ରିକେଟ୍‌ର ରାହୁଲ ଦ୍ରାବିଡ଼ ଠକେଇର ଶିକାର ହୋଇଥିବା ବେଳେ ଏଥିନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବେଙ୍ଗାଲୁରୁର ବିକ୍ରମ ଇନ୍‌ଭେଷ୍ଟର୍ସ ନାମକ ଏକ ଅର୍ଥଲଗାଣ ସଂସ୍ଥାରେ…
Read More...

ମଙ୍ଗଳବାରଠାରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚଦଶ ବିଧାନସଭାର ଦ୍ୱାଦଶ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ଏହା ମେ ୫ତାରିଖ ପର୍ୟ୍ୟନ୍ତ ଚାଲିବ। ଚଳିତ ବିଧାନସଭାରେ ଫେବୃଆରୀ ୨୩ରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ…
Read More...

ବିଜେପିର ‘ପଶ୍ଚିମ’ ଚିନ୍ତା

ଭୁବନେଶ୍ୱର/ସମ୍ବଲପୁର : ପଞ୍ଚାୟତ ନିର୍ବାଚନର ଅପ୍ରତ୍ୟାଶିତ ସଫଳତା, ୮ ଜିଲାରେ ପରିଷଦ ଗଠନ ପରେ ଆତ୍ମବିଶ୍ୱାସରେ ଭରପୁର ବିଜେପିର ମିଶନ ୧୨୦କୁ ବିଜେପୁର ଉପନିର୍ବାଚନ ଦେଇଛି ପ୍ରଚଣ୍ଡ ଧକ୍କା । ଏହି ଧକ୍କା ଏତେ ତୀବ୍ର…
Read More...

୨୨ରୁ ଛୁଟିରେ ଯିବେ ୫୦ ହଜାର ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ବଜେଟ୍‌ ଅଧିବେଶନ ଯେତିକି ପାଖେଇ ଆସୁଛି ତାକୁ ନେଇ ସରକାରଙ୍କୁ ଘେରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି। ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ହେଁ ତାହା ପୂରଣ ହେଉ ନଥିବାରୁ…
Read More...

‘ବେପନାହ’କୁ ନେଇ ଉତ୍ସାହିତ ଜେନିଫର

ପୁଣି ଏକ ନୂଆ ଶୋ’କୁ ନେଇ ଦର୍ଶକମାନଙ୍କ ପାଖକୁ ଆସୁଛନ୍ତି ଜେନିଫର ୱିଙ୍ଗେଟ୍‌। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏହି ଶୋ’ ‘ବେପନାହ’କୁ ନେଇ ଜେନି ଖୁବ୍‌ ଉତ୍ସାହିତ। ତାଙ୍କ ଅଭିନୀତ ପୂର୍ବ ଧାରାବାହିକ…
Read More...

ସୋମବାର ରାଶିଫଳ

ମେଷ: କିଛି ଅଭାବ ଅନୁଭବ କରିପାରନ୍ତି। ନିର୍ଭରଶୀଳ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜି ପାରେ। ମନ୍ତ୍ରଣା ଶକ୍ତି ଯୁକ୍ତ ହେବେ। ସ୍ତ୍ରୀ ଧନହେତୁ ସୁଖୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।…
Read More...

ଡ.ଅର୍ଚ୍ଚନା ନାୟକ ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

କଟକ: ସାରସ୍ୱତ ଜଗତରେ ଉତ୍ସାହ ଓ ଆଲୋଡ଼ନ ସୃଷ୍ଟି କରିଥିବା ତଥା ଶୈଶବରେ ଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହରେ ଓଡ଼ିଶାର ଜଣେ କୃତୀ ସାରସ୍ୱତ ସାଧକ ଓ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ‘ସତ୍ୟବାଦୀ…
Read More...

ପ୍ରଜାକୋର୍ଟରେ ଗଡ଼ିଲା ମୁଣ୍ଡ

ପାଇକମାଲ: ପୁଣି ବରଗଡ଼ ଜିଲାରେ ଲାଲ ତାଣ୍ଡବ। ପୁଲିସ ସୂଚନାଦାତା ସନ୍ଦେହରେ ଶନିବାର ରାତିରେ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ପାନଦୋକାନୀ ବିଜୟ ସାହୁଙ୍କୁ ପ୍ରଜା କୋର୍ଟରେ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ। ଏ…
Read More...

ଚୈତ୍ର ଶୁକ୍ଳ ପ୍ରତିପଦାରେ ସାରା ଦେଶ ଉତ୍ସବ ମୁଖର

ନୂଆଦିଲ୍ଲୀ : ବିବିଧତା ମଧ୍ୟରେ ଏକତାର ମହତ୍ୱ ବହନ କରୁଥିବା ଭାରତ ବର୍ଷରେ ଏବେ ଉତ୍ସବର ପରିବେଶ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଆମ ସାଂସ୍କୃତିକ ଏକତାର ପରିଚୟ ଦେଇଥାଏ । ସାରା ଦେଶର ବିଭିନ୍ନ…
Read More...

ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

ମସ୍କୋ : ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ କରାଯାଇଛି। ଏହି ନିର୍ବାଚନରେ ଭ୍ଲାଦିମିର ପୁଟିନ ପୁନର୍ବାର ନିର୍ବାଚିତ ହେବା ନେଇ ଆଶା ପ୍ରକାଶ କରାଯାଇଛି। ଜନମତ ସର୍ଭେ ଅନୁଯାୟୀ ପୁଟିନଙ୍କ…
Read More...

କାର୍ତ୍ତିକ କମାଲ୍‌: ଶେଷ ବଲରେ ଭାରତର ରୋମାଞ୍ଚକର ବିଜୟ

କଲମ୍ବୋ : ଏଠାରେ ଖେଳାଯାଉଥିବା ନିଦାହାସ୍‌ ଟ୍ରଫି ଜିତିଛି ଭାରତ। ଅନ୍ତିମ ବଲ୍‌ରେ ଛକା ମାରି ଭାରତକୁ ଚମ୍ପିଆନ୍‌ କରାଇଥିଲେ ଦିନେଶ କାର୍ତ୍ତିକ। ୧୬୭ ରନ୍‌ର ପିଛା କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮…
Read More...

୫ଦିନିଆ ଆମେରିକା ଗସ୍ତରେ ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ସୋମବାର(ଆସନ୍ତାକାଲି)ଠାରୁ ୫ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଉଭୟ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ସେହିପରି…
Read More...

ବିଦର୍ଭ ଇରାନୀ କପ୍‌ ଚମ୍ପିଆନ୍‌

ନାଗପୁର : ସ୍ଥାନୀୟ ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା ଇରାନୀ କପ୍‌ କ୍ରିକେଟ ମ୍ୟାଚ୍‌ରେ ରଣଜୀ ଟ୍ରଫି ଚମ୍ପିଆନ୍‌ ବିଦର୍ଭ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅବଶିଷ୍ଟ ଭାରତକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଛି। ଗୋଟିଏ…
Read More...

 କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ

କେନ୍ଦ୍ରାପଡା : ବାରିମୂଳସ୍ଥିତ କେନ୍ଦ୍ରାପଡା ଜେଲରୁ ଶନିବାର ରାତିରେ ଜଣେ କଏଦୀ ଜେଲ ପାଚେରି ଡେଇଁ ଫେରାର ହେବା ଘଟଣାରେ ଦୁଇ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ଜିଲା ଆରକ୍ଷୀ ଅଧିକ୍ଷକ ଦୟାନିଧି…
Read More...

ୟୁପି : ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଝଟକା ଦେବେ ସହଯୋଗୀ ଦଳ!

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନରେ ପରାଜୟ ପରେ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଝଟକା ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଆସନ୍ତା ସପ୍ତାହରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ…
Read More...

ଦଶମ ଶ୍ରେଣୀ ପରୀକ୍ଷାରେ କୋହଲିଙ୍କ ସଂପର୍କିତ ପ୍ରଶ୍ନ

କଲକାତା : ପଶ୍ଚିମବଙ୍ଗ ବୋର୍ଡ ତରଫରୁ ୧୦ମ ଶ୍ରେଣୀ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସଂପର୍କିତ ପ୍ରଶ୍ନ ପଡ଼ିଥିବା ଜଣାପଡ଼ିଛି। କୋହଲିଙ୍କ ଜୀବନୀ ଓ କ୍ୟାରିୟର…
Read More...

ମରିସସ୍‌ ରାଷ୍ଟ୍ରପତିଙ୍କ ଇସ୍ତଫା

ପୋର୍ଟ ଲୁଇ : ମରିସସ୍‌ ରାଷ୍ଟ୍ରପତି ଅମିନା ଗୁରିବ୍‌-ଫକିମ ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରଦତ୍ତ କ୍ରେଡିଟ କାର୍ଡକୁ ବ୍ୟବହାର କରି ଅମିନା ନିଜ ପାଇଁ ଅଳଙ୍କାର ଓ…
Read More...

ଭଜନ ଗାଇଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଏଠାରେ ଚାଲିଥିବା ‘ଜି ଇଣ୍ଡିଆ କନ୍‌କ୍ଲେଭ୍‌’ରେ ଅଂଶଗ୍ରହଣ କରିବା ଅବସରରେ ଭଜନ ଗାନ କରିଥିବା…
Read More...

ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ : ରାଷ୍ଟ୍ରପତି

ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ : ରାଷ୍ଟ୍ରପତି ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଇନଷ୍ଟିଚ୍ୟୁଟ ଅଫ କେମିକାଲ…
Read More...

ନେହେରୁଙ୍କ ପ୍ରତିମୂର୍ତ୍ତି ରେ କାଳି ବୋଳିଲେ ଦୁର୍ବୃତ୍ତ

କଲକାତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାରେ କେତେକ ଦୁର୍ବୃତ୍ତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ କାଳି ବୋଳିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଜଣାପଡିବାପରେ କାଟୱା…
Read More...

ସମାଜ ସେବା ପାଇଁ କାମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମାଜର ଉନ୍ନତି ପାଇଁ କାମ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପଦେଶ ଦେଇଛନ୍ତି । ଆଇଆଇଟି ଶିକ୍ଷା ଗ୍ରହଣ କରୁଥିବା ଛାତ୍ର…
Read More...

ଶଶିକଳାଙ୍କ ସ୍ୱାମୀ ଅସୁସ୍ଥ

ଚେନ୍ନଇ : ଏଆଇଏଡିଏମକେ ନେତ୍ରୀ ଶଶିକଳାଙ୍କ ସ୍ୱାମୀ ଏମ.ନଟରାଜନ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ୭୪ ବର୍ଷୀୟ ନଟରାଜନଙ୍କୁ ସ୍ଥାନୀୟ ଗ୍ଲେନଇଗଲ୍‌ସ ଗ୍ଲୋବାଲ ହାସପାତାଳର ଆଇସିୟୁରେ…
Read More...

ଭାରତର ଅହିଂସା ଓ ଧର୍ମ ନିରପେକ୍ଷତା ବିଶ୍ୱ ପାଇଁ ଆଶାର କିରଣ : ଦଲାଇଲାମା

ଜାମ୍ମୁ : ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଭାରତର ଶାନ୍ତି, ଅହିଂସା ଏବଂ ଧର୍ମନିରପେକ୍ଷତାର ଗୁଣ ଆଜିର ବିବାଦ ଏବଂ ସଂଘର୍ଷମୟ ଦୁନିଆ ପାଇଁ ଆଶାର କିରଣ ବୋଲି ତିବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି। ଜମ୍ମୁର…
Read More...

ପଦ୍ମ ପୁରସ୍କାରକୁ ; ଚୟନ କିମିଟି ଶୁଣିଲାନି ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରୀଙ୍କ କଥା

ନୂଆଦିଲ୍ଲୀ : ଚଳିତ ଥର ଦିଆଯିବାକୁ ଥିବା ପଦ୍ମ ପୁରସ୍କାରର ଚୟନ କମିଟି ରାଜ୍ୟ ସରକାର ଏବଂ କେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣିନଥିବା ଜାଣିବାକୁ ମିଳିଛି । ଏଥର ଚୟନ କମିଟି ୮ ରାଜ୍ୟ ସରକାର, ୭ ରାଜ୍ୟପାଳ, ୧୪ କେନ୍ଦ୍ର…
Read More...

ଇସଲାମ ଉପରେ ଟିପ୍ପଣୀକୁ ନେଇ ଜର୍ମାନୀ ଚାନସ୍‌ଲେରଏବଂ ଗୃହମନ୍ତ୍ରୀ ମୁହାଁମୁହିଁ

ବର୍ଲିନ : ଇସଲାମ ଧର୍ମ ଉପରେ ଟିପ୍ପଣୀକୁ ନେଇ ଜର୍ମାନୀ ଚାନସ୍‌ଲେର ଆଞ୍ଜେଲା ମାର୍କେଲ ଏବଂ ଗୃହମନ୍ତ୍ରୀ ହୋର୍ଷ୍ଟ ସିହୋଫେର ମୁହାଁମୁହିଁ ହୋଇଛନ୍ତି । ଏକ ସ୍ଥାନୀୟ ଖବରକାଗଜକୁ ସାକ୍ଷାତାକାର ଦେଇ ଜର୍ମାନୀ…
Read More...

ପିଏନବି ମାମଲା : ବିଚାର ବିଭାଗୀୟ ହାଜତରେ ୧୧ ଅଭିଯୁକ୍ତ

ମୁମ୍ବଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲରେ ଗିରଫ ହୋଇଥିବା ୧୧ ଜଣ ଅଭିଯୁକ୍ତଙ୍କୁ ଶନିବାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁମ୍ବଇର ଏକ ସିବିଆଇ କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।…
Read More...

ବିଜେପିକୁ କୌରବ ଓ କଂଗ୍ରେସକୁ ପାଣ୍ଡବ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ କଂଗ୍ରେସର ୩ ଦିନିଆ ମହାଅଧିବେଶନର ଉଦ୍‌ଯାପନୀ ତଥା ଅନ୍ତିମ ଦିବସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ଓ ଆରଏସ୍‌ଏସ୍‌ର ତୁଳନା କୌରବ ଓ କଂଗ୍ରେସର ତୁଳନା ପାଣ୍ଡବ ସହ…
Read More...

କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ପୁଣି ବିବାଦ

‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ ଆରମ୍ଭ ହେବା ପୂର୍ବରୁ ଟ୍ୱିଟରରେ ଝଗଡା ନୂଆଦିଲ୍ଲୀ : କପିଲ ଶର୍ମାଙ୍କ ନୂଆ କମେଡି ଶୋ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ ଆରମ୍ଭ ହେବା ପୂର୍ବରୁ ବିବାଦ ଦେଖାଦେଇଛି। କପିଲ ଶର୍ମା ଓ ସୁନୀଲ…
Read More...

ଫେସ୍‌ବୁକ୍‌ ପୋଷ୍ଟ ପାଇଁ ଜାମ୍ମୁ କାଶ୍ମୀର ଡାକ୍ତର ନିଲମ୍ବିତ

ଜାମ୍ମୁ : ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ସରକାର ବିରୋଧୀ ପୋଷ୍ଟ୍‌ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ଡାକ୍ତରଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି । ଏଭଳି ଏକ ଘଟଣା ଜାମ୍ମୁ କାଶ୍ମୀରରେ…
Read More...

ସଡକ ଦୁର୍ଘଟଣାରେ ୩ ଡାକ୍ତର ମୃତ, ୪ ଆହତ

ମଥୁରା : ଯମୁନା ଏକ୍ସପ୍ରେସ୍‌ର ମଥୁରା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏମ୍ସର ୩ ଜଣ ଡାକ୍ତର ପ୍ରାଣ ହରାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ମୃତ ସମସ୍ତ ଡାକ୍ତର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ…
Read More...

ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣର ସଂକେତ

ମୁମ୍ବଇ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ପ୍ରମୁଖ ରାଜ ଠାକରେ ଓ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାୱରଙ୍କ ଶନିବାର ସାକ୍ଷାତକାର ପରେ ମହାରାଷ୍ଟ୍ରରେ ନୂତନ ରାଜନୈତିକ…
Read More...

ଏପ୍ରିଲ୍‌ରେ ଭାରତ ଫେରିବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ନୂଆଦିଲ୍ଲୀ:  ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଚିକିତ୍ସା ପାଇଁ ଆମେରିକାରେ ଅଛନ୍ତି । ପେଟର ଯନ୍ତ୍ରଣା ଯୋଗୁଁ ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କର  ଅଗ୍ନେଶୟାରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସାପାଇଁ ପ୍ରଥମେ…
Read More...

ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ଲୋଡିଲା ଭାରତ

 ପାକିସ୍ତାନକୁ ୧୨ ଥର ପତ୍ର ନୂଆଦିଲ୍ଲୀ : ଇସ୍‌ଲାମାବାଦସ୍ଥିତ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ  ଭାରତ  ସୁରକ୍ଷା ଲୋଡିଛି । ଦୂତାବାସର ଅଧିକାରୀମାନଙ୍କୁ ହଇରାଣ ହରକତ କରାଯାଉଥିବା ଘଟଣାର…
Read More...

୨୦୧୬ରେ ଲକ୍ଷେ ଶିଶୁ ଯୌନ ଅପରାଧର ଶିକାର ହୋଇଛନ୍ତି

ନୂଆଦିଲ୍ଲୀ : ଦେଶରେ ୨୦୧୬ରେ ଲକ୍ଷେ ଶିଶୁ ଯୌନ ଅପରାଧର ଶିକାର ହୋଇଛନ୍ତି ବୋଲି ସୁପ୍ରିମକୋର୍ଟରେ ଦାଖଲ ଏକ ରିପୋର୍ଟରେ ଦର୍ଶାଯାଇଛି । ସେହିବର୍ଷ ୨୨୯ଟି ଶିଶୁ ଯୌନ ଅପରାଧ ମାମଲାରେ ନିମ୍ନ ଅଦାଲତରେ ଶୁଣାଣି ହୋଇଛି।…
Read More...

ଯୁବକଙ୍କୁ ଥାନାରେ ଅଟକ ଓ ମାଡ଼, ପ୍ରତିବାଦ ଗୋପ ବଜାର ମୁଖ୍ୟ ରାସ୍ତା ଅବରୋଧ

ଗୋପ: ଗୋପଥାନାରେ ଜଣେ ଯୁବକକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକ ରଖିବା ପରେ ଥାନା ଭିତରେ ପୁଲିସ ମାଡ଼ରେ ଜଣେ ଯୁବକ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱ କ୍ୟାପିଯାଲ…
Read More...

ଭାରତ ଯେଉଁ ବିକାଶ  ୩୦ ବର୍ଷରେ କରଛି, ବ୍ରିଟେନକୁ ୧୫୦ ବର୍ଷ ଲାଗିଯାଇଥିଲା: ନୋବେଲ ବିଜେତା ପଲ୍‌ କ୍ରୁଗମ୍ୟାନ

ନୂଆଦିଲ୍ଲୀ:  ଗତ ୩୦ ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶ କରିଛି ସେପରି ବିକାଶ କରିବା ପାଇଁ ବ୍ରିଟେନକୁ ୧୫୦ ବର୍ଷ ଲାଗିଯାଇଥିଲା ବୋଲି  ନୋବେଲ ପୁରସ୍କାର ବିଜେତା ତଥା ବରିଷ୍ଠ ଅର୍ଥନୈତିଜ୍ଞ  ପଲ୍‌ କ୍ରୁଗମ୍ୟାନ…
Read More...

ଭାରତରେ ବିଦେଶୀ ଖାଦ୍ୟର ଲୋକପ୍ରିୟତା, ଯାହାକୁ ଅନେକ ଭାବନ୍ତି ଭାରତୀୟ ଖାଦ୍ୟ

ଜିଲାପି: ଭାରତୀୟ ମିଠା ଖାଦ୍ୟ ତାଲିକାରେ ଜିଲାପିର ସ୍ଥାନ ସ୍ବତନ୍ତ୍ର ରହିଛି । ଅଧିକାଂଶ ବିବାହ, ଭୋଜି ବା ଅନ୍ୟାନ୍ୟ ଉତ୍ସବରେ ଜିଲାପି ପ୍ରସ୍ତୁତ କରାଯାଏ । ତେବେ ଅନେକ ଲୋକେ ଭବୁଥିବେ ଜିଲାପିର ଉତ୍ପତି ଭାରତରେ…
Read More...

୬୪ ବ୍ୟାଙ୍କରେ ଥିବା ୧୧ହଜାର ୩୦୨ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ:  ଦେଶର ୬୪ ବ୍ୟାଙ୍କରେ ୧୧ ହଜାର ୩୦୨ କୋଟି ଟଙ୍କା ଜମା ରାଶିର କେହି ଦାବି ଦାର ନ ଥିବା କଥା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରକାଶ କରିଛି । ପ୍ରାୟ ୩ କୋଟି ଆକାଉଣ୍ଟ ଧାରୀଙ୍କ ନାମରେ ଏହି ଜମା ଟଙ୍କା…
Read More...

୧୨ ଦିନ ପରେ ଶ୍ରୀଲଙ୍କାରୁ ଉଠିଲା ଜରୁରୀ କାଳିନ ପରିସ୍ଥିତି

କଲୋମ୍ବ : ୧୨ ଦିନ ପରେ ଶ୍ରୀଲଙ୍କାରେ ଘୋଷଣ କରାଯାଇଥିବା ଜରୁରୀ କାଳିନ ପରିସ୍ଥିତିକୁ ଉଠାଇ ନିଆଯାଇଛି । ବୌଦ୍ଧ ଧର୍ମାଲମ୍ବୀ ଓ ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେବାରୁ ୧୨ ଦିନ ତଳେ ଶ୍ରୀଲଙ୍କାରେ ଜୁରରୀ କାଳିନୀ…
Read More...

ଟ୍ରକ୍ ଧକ୍କାରେ ଜଣେ ଆହତ

କଟକ: କଟକ ସହର ଚାଉଳିଆ ଅଞ୍ଚଳରେ ଏକ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି ।
Read More...

ପାକିସ୍ତାନର ଗୁଳି ମାଡରେ ୫ ଭାରତୀୟ ନାଗରିକ ମୃତ

ଶ୍ରୀନଗର: ସୀମାରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଘଂନ କରି ଗୁଳିମାଡ କରିବାରୁ ୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଶିଶୁ ଥିବା ଜଣା ପଡିଛି । ୨ ଜଣ ଶିଶୁ  ଗୁଳି ମାଡରେ ଗୁରୁତର ହୋଇଛନ୍ତି ।…
Read More...

ଜେଲରୁ ଫେରାର କଏଦୀ ଘଟଣା ; ପୋଲିସର ତନାଘନା

କେନ୍ଦ୍ରାପଡ଼ା: ଜିଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହେଇଯାଇଛି । ଫେରାର କଏଦୀ ଜଣଙ୍କ ହେଉଛନ୍ତି ରଙ୍ଗାଧର ବିଶ୍ୱାଳ। ୨୦୧୨ରେ ଏକ ହତ୍ୟା ଅଭିଯୋଗରେ ସେ ଜେଲରେ ସଜା କାଟୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ…
Read More...

ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛି ବିଜେପି: ମନମୋହନ ସିଂହ

ନୂଆଦିଲ୍ଲୀ: କଂଗ୍ରେସର ୮୪ତମ ଅଧିବେଶନର ତୃତୀୟ ଦିନରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉମସ୍ଥିତ ହୋଇ ନିଜ ବକ୍ତବ୍ୟ ରଖିଛନ୍ତି। ଅର୍ଥନୈତିକ ସ୍ଥିତି ସମ୍ପର୍କରେ ସେ ଆଲୋକପାତ କରି ବିଜେପି ଦେଶର…
Read More...

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଅନୁଗୋଳ: ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି । ୨୦୧୭ ମସିହାରେ ପ୍ରସୂତି ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ଏହି ୬…
Read More...

ପ୍ରଥମ ଓଡିଶା ଗସ୍ତରେ ରାଷ୍ଟ୍ରପତି ନେତାଜୀ ଜନ୍ମସ୍ଥାନକୁ ଯାଇଥିବାରୁ ଧନ୍ୟବାଦ ଅର୍ପଣ କଲେ କେନ୍ଦ୍ର ମନ୍ତ୍ରୀ…

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ତାଙ୍କର ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ଜାନକୀନାଥ ଭବନ ଯାଇ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ…
Read More...

ଖଟସାରଙ୍ଗ ଗ୍ରାମରେ ଦନ୍ତାହାତୀ ଆତଙ୍କ; ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ କୁଳଶିଖରପାଟଣା ଗ୍ରାମପଞ୍ଚାୟତର ଖଟସାରଙ୍ଗ ଗ୍ରାମରେ ରବିବାର ଭୋର ସମୟରେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି । ଦନ୍ତାହାତୀଟିି ଗ୍ରାମର ଏକ ଘରର ପଥର ଖୁଣ୍ଟିକୁ ଭାଙ୍ଗି ଦେଇଥିବା…
Read More...

କଳାରେ ଉତ୍କର୍ଷ କ୍ଷେତ୍ର ପାଇଁ ଓଡିଶାର ଅନ୍ୟ ନାମ ଉତ୍କଳ; ରାଷ୍ଟ୍ରପତି

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକ ଉତ୍ସବରେ ଯୋଗ ଦେଇ କଳାରେ ଉତ୍କର୍ଷ କ୍ଷେତ୍ର ପାଇଁ ଓଡିଶାର ଅନ୍ୟ ନାମ ଉତ୍କଳ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ରାଷ୍ଟ୍ରୀୟ…
Read More...

ଟ୍ରକ୍‌କୁ ପିଟିଲା ହାଇୱା: ଜଣେ ମୃତ, ଜଣେ ଗୁରୁତର

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାରରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଏକ ଟ୍ରକ୍‌କୁ ଅନ୍ୟ ଏକ ବାଲି ବୋଝେଇ ହାଇୱା ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାଇୱା ମାଲିକଙ୍କ ମୃତ୍ୟୁ…
Read More...

ବାହା ହେଲେ ଶ୍ରୀୟା ସରନ୍

ବଲିଉଡ ସିନେମା ଦୃଶ୍ୟମ୍‌ରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକା ନିଭାଇଥିବା ଅଭିନେତ୍ରୀ ଶ୍ରୀୟା ସରନ୍ ଚୁପଚାପ୍ ବିବାହ କରିଛନ୍ତି। ନିକଟରେ ରୁଷୀୟ ପ୍ରେମିକ ଆଣ୍ଡ୍ରେଇ କୃଶଚେଭ୍‌ଙ୍କୁ ବିବାହ କରିଛନ୍ତି ସେ। ମୁମ୍ବଇର…
Read More...

ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ; ସିନ୍ଧୁ ସେମିଫାଇନାଲରେ ପରାସ୍ତ

ଲଣ୍ଡନ: ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ ଭାରତୀୟ ଚ୍ୟାଲେଞ୍ଜ୍‌ ସମାପ୍ତ ହୋଇଛି। ମହିଳା ସିଙ୍ଗଲ୍‌ସ ସେମିଫାଇନାଲରେ ଭାରତର ପି.ଭି. ସିନ୍ଧୁ ପରାସ୍ତ ହୋଇ ଯାଇଛନ୍ତି। ଶନିବାର ଖେଳା ଯାଇଥିବା…
Read More...

ଭାରତ-ବାଂଲାଦେଶ ଫାଇନାଲ ଆଜି

କଲମ୍ବୋ: ତା’ର ସ୍ୱାଧୀନତାର ୭୦ ବର୍ଷ ପୂରଣ ଉପଲକ୍ଷେ ଶ୍ରୀଲଙ୍କା ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ ଶ୍ରୀଲଙ୍କା ହିଁ ଫାଇନାଲରେ ପହଞ୍ଚି ପାରିନାହିଁ। ରବିବାର…
Read More...

ଯୁଦ୍ଧବିମାନ ଉଡ଼ାଇବାରେ ଭାବନା ଦ୍ୱିତୀୟ ଭାରତୀୟ ମହିଳା ପାଇଲଟ

ନୂଆଦିଲ୍ଲୀ: କୌଣସି ଯୁଦ୍ଧବିମାନ ଉଡାଇବାରେ ଫ୍ଲାଇଙ୍ଗ୍‌ ଅଫିସର ଭାବନା କଣ୍ଠ ଭାରତୀୟ ବାୟୁସେନାର ଦ୍ୱିତୀୟ ମହିଳା ପାଇଲଟ ଭାବେ ମାନ୍ୟତା ଲାଭ କରିଛନ୍ତି। ଭାବନା ଶୁକ୍ରବାର ହରିୟାଣାର ଅମ୍ବାଲା ଘାଟିରୁ ମିଗ୍‌-୨୧…
Read More...

ଆବଶ୍ୟକ ପଡ଼ିଲେ ସୀମା ଅତିକ୍ରମ କରିବୁ : ରାଜନାଥ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶନିବାର ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି। କାଶ୍ମୀର ଭାରତର। ବିଶ୍ୱର କୌଣସି ଶକ୍ତି ଏହାକୁ ଭାରତଠାରୁ ଛଡାଇ ନେଇପାରିବ ନାହିଁ।…
Read More...

ଡାକ୍ତରଙ୍କୁ ମାଡ ମାରି ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ନିକଟରେ ଶନିବାର ରାତିରେ ଡେଲାଙ୍ଗ ବ୍ଲକ ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ରମେଶ ଚନ୍ଦ୍ର ବେହେରାଙ୍କୁ ମାଡମାରି ତାଙ୍କ ଠାରୁ ଟଙ୍କା ଓ…
Read More...

ପଣସକୁ ରାଜ୍ୟ ଫଳ ମାନ୍ୟତା

ତିରୁଅନନ୍ତପୁରମ: ପଣସକୁ କେରଳ ସରକାର ରାଜ୍ୟ ଫଳ ଭାବେ ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ‘କେରଳ ପଣସ’ ମାର୍କାକୁ ଦେଶ…
Read More...

ରବିବାର ରାଶିଫଳ

ମେଷ: ବନ୍ଧୁ ସାନ୍ନିଧ୍ୟ ମିଳିବ ସତ; ମାତ୍ର ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ବିଦ୍ୟାର୍ଥୀମାନେ ସହଜରେ କୃତିତ୍ୱ ଅର୍ଜନ କରିବେ। ବୃଷ:…
Read More...

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୯ ମୃତ

ମାନିଲା: ଫିଲିପାଇନ୍ସରେ ଶନିବାର ଏକ କ୍ଷୁଦ୍ର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୯ ଜଣ ପ୍ରାଣ ହରାଇଛନ୍ତି। ବୁଲାକାନ୍‌ ପ୍ରଦେଶରୁ ୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଏକ ଘର ଉପରେ…
Read More...

ବିନା ପଞ୍ଜୀକରଣରେ ଗ୍ରାହକଙ୍କୁ ମିଳିବନି ଗାଡ଼ି

ଭୁବନେଶ୍ୱର: ଗାଡ଼ିଟିଏ କିଣି ଆଣିବାର ମାସ ମାସ ପର୍ୟ୍ୟନ୍ତ ଗ୍ରାହକ ତାହାର ରେଜିଷ୍ଟ୍ରେସନ୍‌ ନମ୍ବର ପାଉ ନାହାନ୍ତି। ଗାଡ଼ିର କାଗଜପତ୍ର ପାଇବା ପାଇଁ ବିଚରା ଗ୍ରାହକ ଗାଡ଼ି କିଣିଥିବା ଶୋରୁମ୍‌ ଏବଂ ଆରଟିଓ କାର୍ୟ୍ୟାଳୟକୁ…
Read More...

ଜେଲ୍‌ରେ ହେବ ହାଁସଦାଙ୍କୁ ଜେରା

ଭୁବନେଶ୍ୱର: ନବଦିଗନ୍ତ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ଜେରା କରାଯିବ । ଏଥିପାଇଁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଶନିବାର କେନ୍ଦ୍ର ସରକାରଙ୍କ କର୍ପୋରେଟ ଆଫାୟାର୍ସ…
Read More...

ଅନାସ୍ଥା ପ୍ରସ୍ତାବ ଆସିଲେ ବିଜେଡି କ’ଣ କରିବ?

ଭୁବନେଶ୍ୱର/ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆସିଛି। ୱାଇଏସ୍‌ଆର କଂଗ୍ରେସ ସାଂସଦଙ୍କ ନୋଟିସ୍‌ ଦେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଏହି ବିଷୟରେ ଗୃହରେ ଆଲୋଚନା…
Read More...

ବିୟନ୍ତ ସିଂହଙ୍କ ହତ୍ୟାକାରୀକୁ ଆଜୀବନ ଜେଲ୍‌

ଚଣ୍ଡିଗଡ଼  : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟାକାରୀ ଜଗତାର ସିଂହ ତାରାଙ୍କୁ ସ୍ଥାନୀୟ ଫୌଜଦାରୀ ଅଦାଲତ ଶନିବାର ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୧୯୯୫ ଅଗଷ୍ଟ ୩୧ରେ ସଚିବାଳୟ…
Read More...

ହାଇକୋର୍ଟ ରାୟ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉ: ରାଷ୍ଟ୍ରପତି

କଟକ : ଆଜିର ଅତ୍ୟାଧୁନିକ ଯୁଗରେ ପୂର୍ବପିଢ଼ି ଭଳି ସମୟ ନାହିଁ। ତୁଳନାତ୍ମକ ଭାବେ ଆଇନ ପରିସର ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଯେଉଁ ଆଇନଗୁଡ଼ିକ ତିଆରି ହେଉଛି ସେସବୁର ନିୟମାବଳୀ ସରଳୀକୃତ ହେବା ଉଚିତ। ଆଇନ…
Read More...

ସହରରେ ୧୪୪ ଧାରା ଜାରି

ଭଦ୍ରକ  : ରାମନବମୀକୁ ନେଇ ଛାନିଆଁ ହୋଇଛି ଭଦ୍ରକ ଜିଲା ପ୍ରଶାସନ। ଗତବର୍ଷ ରାମନବମୀ ପରେ ସଂଘଟିତ ହିଂସାକୁ ନେଇ ପ୍ରଶାସନର ଛନକା ଯାଇନାହିଁ। ଏଣୁ ସହରରେ ଆଜି ସନ୍ଧ୍ୟାରୁ ଲାଗୁ ହୋଇଛି ୧୪୪ ଧାରା। ଆଇନ୍‌ଶୃଙ୍ଖଳା…
Read More...

ଅକ୍ଟୋବରରେ ଇଣ୍ଡିଜ୍‌ର ଭାରତ ଗସ୍ତ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ। ଅକ୍ଟୋବର-ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ ବୋଲି ଶନିବାର…
Read More...

ସ୍ୱଦେଶ ଫେରିନାହାନ୍ତି ୫୬ ଜଣ ପାକ୍ ବନ୍ଦୀ

ନିଜ ନାଗରିକ ବୋଲି ସ୍ୱୀକାର କରୁନି ପାକିସ୍ତାନ ନୂଆଦିଲ୍ଲୀ : ପାକିସ୍ତାନର ୫୬ ଜଣ ବନ୍ଦୀଙ୍କ ଜେଲ ମିଆଦ ପୂରିଯାଇଥିଲେ ସୁଦ୍ଧା ସେମାନେ ଏପର୍ଯ୍ୟନ୍ତ ସ୍ୱଦେଶ ଫେରିନାହାନ୍ତି। ପାକିସ୍ତାନ ସରକାର ସେମାନଙ୍କୁ ନିଜ…
Read More...

୧୦୪ ପୃଷ୍ଠାର ରିପୋର୍ଟ ଦେଲେ ତଦନ୍ତ କମିଶନ

ଭୁବନେଶ୍ୱର : କନ୍ଧମାଳ ଜିଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିଶନ ଶନିବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କନ୍ଧମାଳ ଜିଲା ଓ ଦୌରା ଜଜ ଜନାବ ମହମ୍ମଦ ଅଜମଲ ଗୃହ…
Read More...

ଜେଲରେ ଥିବା ଲାଲୁ ଯାଦବ ଅସୁସ୍ଥ , ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି,

ରାଞ୍ଚି: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ରାଞ୍ଚିର ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ ଅଛନ୍ତି ।  ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ…
Read More...

୧୨ ବର୍ଷରୁ କମ୍ ବାଳିକାଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ଇଟାନଗର : ସାରା ଦେଶରେ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ନେଇ ସହମତି ବୃଦ୍ଧି ପାଇବାରେ ଲାଗିଛି। ଆଉ ଚତୁର୍ଥ ରାଜ୍ୟ ଭାବେ ଏଥିରେ ସାମିଲ ହୋଇଛି ଅରୁଣାଚଳ ପ୍ରଦେଶ । ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ…
Read More...

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ

ଟ୍ରମ୍ପଙ୍କ ଦକ୍ଷିଣ ଏସୀୟ ନୀତିକୁ କାର୍ଯ୍ୟକାରୀ କରୁନି ପାକିସ୍ତାନ  ୱାଶିଂଟନ : ଆତଙ୍କବାଦୀ ଏବଂ ଆତଙ୍କକବାଦୀ ଗୋଷ୍ଠୀ ଗୁଡ଼ିକ ବିରୋଧରେ ଦୃଷ୍ଟାନ୍ତମୂଳକ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ…
Read More...

ଅଜୟ ଦେବଗନଙ୍କର ରେଡ୍‌  ପ୍ରଥମ ଦିନରେ ୧୦.୦୪ କୋଟି ଟଙ୍କା ଆୟ

ମୁମ୍ବାଇ:  ଅଜୟ ଦେବଙ୍କ ଅଭିନୀତ ରେଡ୍‌ ସିନେମା ପ୍ରଥମ ଦିନରେ ୧୦.୦୪ କୋଟି ଟଙ୍କା ଆୟ କରିଛି । ୨୦୧୮ ମସିହାରେ ପ୍ରଥଣ ଦିନରେ ସର୍ବାଧିକ ଆୟ କରିଥିବା ସିନେମା ତାଲିକାର ଏହା ତୃତୀୟ ସ୍ଥାନରେ ରହିଛଇ । ସଞ୍ଜୟ ଲୀଲା…
Read More...

ରପ୍ତାନୀକାରୀଙ୍କୁ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ଜିଏସ୍‌ଟି ବାବଦ ବକେୟା ରାଶି

ନୂଆଦିଲ୍ଲୀ : ରପ୍ତାନୀକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କର ସମସ୍ତ ବକେୟା ରାଶି ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ରପ୍ତାନୀକାରୀଙ୍କୁ ଜିଏସ୍‌ଟି ବାବଦ ଅର୍ଥ ଫେରସ୍ତ ହେବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି…
Read More...

ଚୈତ୍ର ନବରାତ୍ରରେ ମାଆ’ ଦୁର୍ଗାଙ୍କ ଆବାହନ

୧୮ ମାର୍ଚ୍ଚରୁ ଚୈତ୍ର ନବରାତ୍ର ନଅ ଦିନ ପର୍ଯ୍ୟନ୍ତ ଚାଲିବ ନବରାତ୍ର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ର କଟକ : ଚୈତ୍ର ନବରାତ୍ର ରବିଠାରୁ(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଘରେ ମାଆ ଦୁର୍ଗା…
Read More...

 ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ଘଡଘଡି ସହ ବର୍ଷା ସମ୍ଭାବନା, ଅଭ୍ୟନ୍ତରୀଣ ଓଡିଶାରେ ବଢିବ ତାତି

କଟକ:  ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସହ ମୟୁରଭଞ୍ଜ,…
Read More...

ପ୍ରଥମ ରାଷ୍ଟ୍ରପତି ଭାବେ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାମନାଥ କୋବିନ୍ଦ

କଟକ:  ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ କଟକରେ ଥିବା ନେତାଜୀ ସଂଗ୍ରହାଳୟ ବୁଲି ଦେଖିଛନ୍ତି । ସଂଗ୍ରହାଳୟରେ ପହଞ୍ଚିବାପରେ ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ…
Read More...

କଂଗ୍ରେସ ମହା ଅଧିବେଶନ : ଇଭିଏମ୍‌ ହଟାଇ ବାଲଟ୍‌ ଆଣ

ବିଜେପି ଦେଶକୁ ବିଭାଜନ କରିଛି:ରାହୁଲ ନୂଆଦିଲ୍ଲୀ  : ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଇଭିଏମ୍‌) ବ୍ୟବହାର ବନ୍ଦ କରି ବାଲଟ ପେପର୍‌ ପୁନଃ ପ୍ରଚଳନ ଦାବି ଉଠାଇଥିବା ରାଜନୈତିକ ଦଳଗୁଡିକ ସହିତ ଏବେ…
Read More...

ଜାଣନ୍ତୁ କେଉଁ ପାତ୍ରରେ ଭୋଜନ କଲେ, କି ଫଳ ମିଳେ !

ସୁନା ପାତ୍ର: ସୁନା ପାତ୍ରରେ ଭୋଜନ କରିବା ଦ୍ବାରା ଲକ୍ଷ୍ମୀବନ୍ତ ହେବା ସହ ବିଦ୍ୟା, ଜ୍ଞାନ ଓ ଆୟୁ ବୃଦ୍ଧି ହୁଏ । ରୁପା ପାତ୍ର: ରୁପା ପାତ୍ରରେ ଭୋଜନ କଲେ ମନୁଷ୍ୟ ରାଜ ତୁଲ୍ୟ ବୁଦ୍ଧିବନ୍ତ ଓ ନ୍ୟାୟାବନ୍ତ ହେବା…
Read More...

ଡାକ୍ତର ମୃତ ଘୋଷଣା କରିବା ପରେ, ଶବ ବ୍ୟବଛେଦ ଟେବୁଲ୍‌ରେ ଉଠି ବସିଲେ ଯୁବକ

ନାଗପୁର(ମହାରାଷ୍ଟ୍ର): ଡାକ୍ତର ମୃତ ଘୋଷଣା କରିବାପରେ ଜଣେ ଯୁବକ ଶବ ବ୍ୟବଛେଦ ଟେବୁଲରେ ଉଠିକରି ବସିଥିଲେ । ଏହି ଘଟଣା ମହାରାଷ୍ଟ୍ର ନାଗପୁରରେ ଘଟିଛି ।  ଦୁର୍ଘଟଣାରେ ଆହତ ହେବାପରେ  ହିମାଂଶୁ ଭରଦ୍ୱାଜ ନାମକ ଯୁବକ  …
Read More...

କଳାହାଣ୍ଡି ଜିଲ୍ଲା ଲୋକ ମହୋତ୍ସବ -୨୦୧୮ ଉଦଘାଟନ

ଭବାନୀପାଟଣା : ଶନିବାରଠାରୁ ଭବାନୀପାଟଣାର ଲାଲବାହାଦୂରଶାସ୍ତ୍ରୀ ଷ୍ଟାଡିୟମର ରେଣ୍ଡୋମାଝୀ ମଞ୍ଚରେ ଆରମ୍ଭ ହୋଇଛି କଳାହାଣ୍ଡି ଜିଲ୍ଲା ଲୋକ ମହୋତ୍ସବ -୨୦୧୮ । ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ରେଳ ସମ୍ପର୍କିତ ଜାଣିବା କଥା

ନିୟମିତ ହଜାରହଜାର ଲୋକେ ରେଳରେ ଯାତାୟାତ କରୁଛନ୍ତି ହେଲେ ଏହାର ସଙ୍କେତକୁ ନେଇ ଅଧିକାଂଶଙ୍କର କୌଣସି ଧାରଣା ନାହିଁ । ଶେଷ ରେଳ ବଗି ପଛରେ ହଳଦୀ ରଙ୍ଗର ଛକି ଚିହ୍ନ ରହିଥାଏ । ରେଳ ଚାଲିବା ଦ୍ବାରା ଏହା ସୂଚିତ କରେ ଯେ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ନୀଳଗିରି: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ତଙ୍କ ନାମ ହେଲା ଲକ୍ଷ୍ମୀଧର ଜେନା (୬୨) । ତାଙ୍କ ଘର ପୋଡାଶୋଳ ବାଡିକୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ସୂଚନାଯୋଗ୍ୟ, ଗତକାଲି ରାତି…
Read More...

ବିଦେଶରେ ଭାରତୀୟଙ୍କୁ ଝୁରୁଛନ୍ତି ପ୍ରିୟଙ୍କା

ନ୍ୟୁୟର୍କରେ ଆମେରିକୀୟ ଟେଲିଭିଜନ କାର୍ୟ୍ୟକ୍ରମ ‘କ୍ବାଣ୍ଟିକୋ’ର ସୁଟିଂ କାମ ଜୋରସୋରରେ ଆଗେଇ ଚାଲିଛି । ଭାରତୀୟ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଏଥିରେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। କ୍ବାଣ୍ଟିକୋର ଏହା…
Read More...

ହରର୍‌ ସିନେମା ପରୀରେ ଅନୁଷ୍କା ଶର୍ମାଙ୍କ ମେକ୍‌ରେ ଥିଲା ଏମିତି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହରର ସିନେମା ପରୀକୁ ନେଇ ବେଶ୍‌ ଆଲୋଚନା କରାଯାଉଛି । ଏହି ସିନେମାରେ ଅନୁଷ୍କାଙ୍କ ମେକ୍‌ ଅପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏହି ସିନେମାରେ ଅନୁଷ୍କା ଶର୍ମା ଦୁଇଟି  …
Read More...

୫ ଲକ୍ଷ ଟଙ୍କାରୁ ଅଧିକ ଦେଶୀ ଓ ବିଦେଶୀ ମଦ ବୋତଲ ଜବତ

ଚିକିଟି: ବ୍ରହ୍ମପୁର ଉପଜିଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ  ଚିକିଟି ବ୍ଲକ ଧାନ ଘରଠାରେ ଦୁଇଟି ଦୋକାନ ଉପରେ ଚଢ଼ଉ କରିଛନ୍ତି । ଚଢାଉ ବେଳେ ଘଟଣାସ୍ଥଳରୁ ପ୍ରାୟ ଶହେ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।…
Read More...

ଓଡିଆରେ ଭାଷଣ ଦେଲେ  ରାଷ୍ଟ୍ରପତି ରାମନଥ କୋବିନ୍ଦ

କଟକ: କଟକରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଥମେ ନେତାଜୀଙ୍କ ଜନ୍ମ ସ୍ଥାନ ନେତାଜୀ ସଂଗ୍ରହାଳୟକୁ ଯାଇଥିଲେ।  ଏହାପରେ  ରାଷ୍ଟ୍ରପତି କୋବିନ୍ଦ,  ବିଜୁ ବାବୁଙ୍କର ପୈତୃକ ବାସ ଭବନ  ଆନନ୍ଦ ଭବନ  …
Read More...

ରୁଷ୍‌ ଆକାଶରୁ ସୁନାବର୍ଷା ! କଥାଟା ମିଛ ଲାଗୁଥିଲେ ବି ଏହା ସତ

ଆକାଶରୁ ଅଜବ ଭାବେ ମାଛ ବର୍ଷା, ଏସିଡ୍‌ ବର୍ଷା ଆଦି ହେବାର ଶୁଣିଥିବେ । ଭାବନ୍ତୁ ତ, ଯଦି ଆକାଶରୁ ସୁନା ଭଳି ମୂଲ୍ୟବାନ୍‌ ଦ୍ରବ୍ୟର ବର୍ଷା ହୁଏ- ତେବେ ସେହି ଅଞ୍ଚଳରେ କିପରି ପରିସ୍ଥିତି ସୃଷ୍ଟି ହେବ । ରୁଷ୍‌ର…
Read More...

ଆଣ୍ଠୁଗଣ୍ଠି ଓ ଅଣ୍ଟା ବ୍ୟଥା ଦୂର କରେ ସଜନା ଛୁଇଁ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର…
Read More...

ସୁନ୍ଦରଗଡ ୧୨ ଘଣ୍ଟିଆ ବନ୍ଦ ଡାକରା

ସୁନ୍ଦରଗଡ : ସମ୍ପୂର୍ଣ୍ଣ ଟୋଲ ଫି ଉଚ୍ଛେଦ୍ଦ ଦାବିରେ ଶନିବାର ସୁନ୍ଦରଗଡ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନାଗରିକ କମିଟି କର୍ମକର୍ତ୍ତାମାନେ ବିକ୍ଷୋଭ ଜାରି ରଖିଛନ୍ତି । ଏହାର ପ୍ରଭାବରେ ସହରରେ ସମ୍ପୂର୍ଣ୍ଣ…
Read More...

ଗ୍ୟାସ୍ ଟାଙ୍କି ଫାଟି ୩ ଗୁରୁତର

କଟକ: ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟି ଗୋଟି ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ, କଟକ ଜିଲା ବାଙ୍କୀ…
Read More...

ମାଓବାଦୀଙ୍କ ପ୍ରଜାମେଳି

ମାଲକାନାଗିରି:  ଆଦିବାସୀଙ୍କ ମୌଳିକ ସୁବିଧା ନେଇ ଖୋଲା ଆଲୋଚନା ପାଇଁ ଆହ୍ୱାନ ଦେଇଛି ମାଓବାଦୀ । ମାଲକାନଗିରି ଜିଲ୍ଲାରେ ବିଏସଏଫ କୋବ୍ରା, ଏସଓଜିର ମାଳମାଳ ପୁଲିସ ବାହିନୀ ରହିଥିଲେ ମଧ୍ୟ ପୁଲିସକୁ ଚ୍ୟଲେଞ୍ଚ କରି…
Read More...

ଭଞ୍ଜନଗରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଅଟକ

ବ୍ରହ୍ମପୁର: ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି । ଘଟଣଶସ୍ଥଳରେ ପୁଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ…
Read More...

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିନ୍ତି । ଦିନ ୧୦ଟା ୪୫ରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ…
Read More...

ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ

ନୂଆଦିଲ୍ଲୀ: ବଜାରକୁ ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶର ୫ଟି ସହରରେ ପରୀକ୍ଷାମୂଳକ ଭିତ୍ତିରେ ଏହି ୧୦ ଟଙ୍କିଆ ନୋଟ ଛଡାଯିବ। ଏହି ୫ ସହର ମଧ୍ୟରେ ରାଜଧାନୀ…
Read More...

ସମ୍ବଲପୁରର ଅର୍ପିତା ଲିଟିଲ ମିସ୍‌ ୱାର୍ଲଡ

ସମ୍ବଲପୁର: ସମ୍ବଲପୁରର ଝିଅ ଅର୍ପିତା ବେହେରା ଶୁକ୍ରବାର ବୁଲଗେରିଆରେ ଲିଟିଲ ମିସ ୱାର୍ଲଡ ଟାଇଟଲ ହାସଲ କରି ସମ୍ବଲପୁର ସମେତ ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ସମ୍ବଲପୁର ସାକ୍ଷୀପଡ଼ାର ଫ୍ରିଲାନ୍ସ…
Read More...

ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ସିନ୍ଧୁ ସେମିଫାଇନାଲରେ

ଲଣ୍ଡନ : ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ ତାଙ୍କ ଅଭିଯାନ ଜାରି ରଖିଛନ୍ତି ବିଶ୍ୱର ୩ନଂ ଖେଳାଳି ପି.ଭି. ସିନ୍ଧୁ। ଶୁକ୍ରବାର କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ୪ର୍ଥ ସିଡ୍‌ ସିନ୍ଧୁ ତାଙ୍କର ଚିର…
Read More...

ଏସ୍‌ସିବିରେ ଖୁବ୍‌ଶୀଘ୍ର ରୋବଟିକ୍‌ ସର୍ଜରୀ

କଟକ:କଟକ ବଡ଼ ଡାକ୍ତରଖାନା ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ବିଭାଗୀୟମୁଖ୍ୟଙ୍କ ବଦଳି ଉପରେ ସ୍ୟାଟ ରହିତାଦେଶ ଜାରି କରିବା ପରେ ମୂତ୍ରଶଲ୍ୟ ବିଭାଗରେ ପୁଣି…
Read More...

୧୯ରେ ରାବାଡ଼ାଙ୍କ ଅପିଲ୍‌ର ଶୁଣାଣି

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା ବିଶୃଙ୍ଖଳ ଆଚରଣ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଦଣ୍ଡିତ ହୋଇଛନ୍ତି। ତାଙ୍କ ବିରୋଧରେ ଆଇସିସି ମ୍ୟାଚ୍‌ ରେଫ୍‌ରୀ କଡ଼ା…
Read More...

ଆରୋଜ୍‌କୁ ହରାଇ ପ୍ରିକ୍ୱାର୍ଟରରେ ମୁମ୍ବଇ ସିଟି

ଭୁବନେଶ୍ୱର: ବ୍ରାଜିଲିଆନ ମଧ୍ୟପନ୍ଥୀ ଖେଳାଳି ଏଭରଟନ୍‌ ଲିଣ୍ଡ୍ରୋ ସାଣ୍ଟସ୍‌ ପିଣ୍ଟୋଙ୍କ ଦର୍ଶନୀୟ ଗୋଲ ବଳରେ ଆଇଏସ୍‌ଏଲ୍‌ ଦଳ ମୁମ୍ବଇ ସିଟି ଏଫ୍‌ସି ସୁପର କପ୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଟୁର୍ଣ୍ଣାମେଣ୍ଟ…
Read More...