www.samajalive.in
Saturday, December 6, 2025
23.1 C
Bhubaneswar

ଗାଁ ନାଁ ବାରବୁଲୀ ହେଲେ ଏଠାକାର ଆଦିବାସୀ ମହିଳା ସ୍ୱାବଲମ୍ବୀ- ସତେଜ ଷ୍ଟ୍ରବେରୀ ଚାଷରେ ମିଳିଛି ସଫଳତା

ଲାଞ୍ଜିଗଡ଼ – ଦିନ ଥିଲା, ଓଡ଼ିଶା ପାଇଁ ଷ୍ଟ୍ରବେରୀ ଥିଲା ଅଜଣା ଦେଶର ବିଦେଶୀ ଫଳ । ଓଡ଼ିଶା ଭଳି ଉଷ୍ମ ଜଳବାୟୁରେ ଏହାକୁ ଚାଷ କରିବା କଳ୍ପନା ବାହାରେ ଥିଲା। କିନ୍ତୁ ଏବେ ଦିନ ବଦଳିଯାଇଛି । କଳାହାଣ୍ଡି ଜିଲ୍ଲାପାଳଙ୍କ ଆଗ୍ରହ କ୍ରମେ ଲାଞ୍ଜିଗଡ଼ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ଵାରା ଷ୍ଟ୍ରବେରୀ ଚାଷ କରାଯିବାର ପ୍ରଚେଷ୍ଟା ସଫଳ ହୋଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ଚାଷୀଙ୍କ ଦ୍ଵାରା ଏଇ ଉଦ୍ୟମ ଆରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଦ୍ୟାନ କୃଷି ବିଭାଗ ବୈଷୟିକ ସହଯୋଗ କରିଥିବାବେଳେ ଓ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଦଳକୁ ଦାୟିତ୍ବ ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶେଷ ସୀମାନ୍ତ ତଥା ନିୟମଗିରି ପାହାଡ଼ ପାଦଦେଶର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବାରବୁଲୀ ଗାଁରେ ବାସ କରୁଥିବା କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଓ ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଷ୍ଟ୍ରବେରୀ ଚାଷ କରି ସଫଳତା ହାସଲ କରିଛନ୍ତି । ଏହା ସହିତ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି। ଏହି ଚାଷ କରିବାକୁ ଆବଶ୍ୟକ ଜ୍ଞାନ କୌଶଳ ଆହରଣ ପାଇଁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ତରଫରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ାକୁ ଏକ କ୍ଷେତ୍ର ପରିଦର୍ଶନ ମଧ୍ୟ କରାଯାଇଥିଲା। ସେଠାରୁ ଆସି ଚାଷୀ ଓ ମହିଳା ଗୋଷ୍ଠୀର ସଦସ୍ୟାମାନେ ଷ୍ଟ୍ରବେରୀ ଚାଷ କରିବାରେ ମନୋନିବେଶ କରିଥିଲେ। ୫ ଏକର ଜମିରେ ଏହି ଚାଷ କରିବାପାଇଁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ଲକ୍ଷ ୫୮ ହଜାର ୦୩୨ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ । ସେଥିମଧ୍ୟରୁ କୃଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ ହଜାର ୭୭୮ଟଙ୍କା, ଗ୍ରାମପଞ୍ଚାୟତର ଆଦିମ ଜନଜାତି ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ୮୭ ହଜାର ୩୦୦ ଟଙ୍କା ସ୍ଵୟଂ ସହାୟକ ଗୋଷ୍ଠୀର ଅଂଶଧନ ଭାବେ ରଖାଗଲା। ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳଯୋଗାଣ ପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ଵାରା ସୌର ଚାଳିତ ପମ୍ପ୍ ଯୋଗାଇ ଦିଆଯାଇଥିଲା।

- Advertisement -

ମିଶନଶକ୍ତି ବିଭାଗ ଦ୍ଵାରା ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥିପାଇଁ ଚୟନ କରାଯିବା ପରେ ସମୁଦାୟ ୨୮ଲକ୍ଷ ୫୮ ହଜାର ୦୩୨ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ଏକ ଲକ୍ଷ ଷ୍ଟ୍ରବେରୀ ଚାରାରୋପଣ କରାଯାଇଥିଲା ! ଏଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମୀ ଉଦ୍ୟାନ କୃଷି ବିଭାଗର ମିଳିତ ତତ୍ତ୍ଵାବଧାନରେ ହିମାଚଳ ପ୍ରଦେଶରୁ ଷ୍ଟ୍ରବେରୀ ଚାରା ଅଣାଯାଇ ଜାନୁଆରୀ ୧୦ ତାରିଖରେ ରୋପଣ କରାଯାଇଥିଲା। ଏହାର ପ୍ରଥମ ପାଚିଲା ଫଳ ଫେବୃଆରୀ ୨୮ ତାରିଖରେ ବଜାରରେ ଉପଲବ୍ଧ ହେବା ପରେ ପ୍ରଥମ ପାଚିଲା ଫଳକୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଚାଷର ସଫଳତା ଦେଖି ଏହାର ସଠିକ୍ ବଜାରୀକରଣ କରିବାକୁ ଜିଲ୍ଲାପାଳ ବାରବୁଲୀରେ ଉତ୍ପାଦିତ ଷ୍ଟ୍ରବେରୀକୁ କଳାହାଣ୍ଡି ଫୁଡ୍ ଏଣ୍ଡ କ୍ରାଫ୍ଟ ଦ୍ଵାରା ବଜାରୀକରଣ କରିବା ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓର୍ ମାସ୍ ଓ ମିଶନଶକ୍ତି ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଏହି ଚାଷର ସଠିକ୍ ବଜାରୀକରଣ ହେଲେ ବାରବୁଲି ଗ୍ରାମର ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଆଶା ରଖିଛନ୍ତି। ସେହିପରି ଷ୍ଟ୍ରବେରୀ ବିକ୍ରି ଦ୍ବାରା ପ୍ରାୟ ୨୫ ଲକ୍ଷ ଓ ଚାରା ବିକ୍ରି ଦ୍ବାରା ୫ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରାଯିବାର ସମ୍ଭାବନା ରହିଛି !

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories