www.samajalive.in
Monday, December 8, 2025
14.1 C
Bhubaneswar

ଆବାସ ଯୋଜନା ସାତସପନ -ମାଟି କୁଡ଼ିଆରେ ଦୁର୍ବିସହ ଜୀବନ ବିତାଉଛନ୍ତି ଦିବ୍ୟାଙ୍ଗ କୁମ

ଲଡୁଗାଁ – ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ ।

ଦିବ୍ୟାଙ୍ଗ କୁମଙ୍କ ପରିବାରର ବିକଳ ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ଜନ୍ମରୁ କୁମ ଦିବ୍ୟାଙ୍ଗ ଥିବା ବେଳେ ସରକାରଙ୍କ ଯୋଜନାରେ ଆବାସ ଘର ଏବେ ଅପହଞ୍ଚ ହୋଇ ରହିଛି । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆରେ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଓ ଶତ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ଘର ନମିଳିବା ସରକାର ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ଉଦାସୀନତାକୁ ଏଠାରେ ପ୍ରମାଣିତ କରୁଛି ।

- Advertisement -

ଏହା ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ଗ୍ରାମ ପଞ୍ଚାୟତ କୁଲେରଗୁଡା ଗ୍ରାମରେ ବସବାସ କରୁଥିବା କୁମ ନାଏକ (୫୧)ଙ୍କ ଘର ଓ ପରିବାର । କୁମ ନାଏକର ପରିବାର କହିଲେ ସ୍ତ୍ରୀ ସୁଲୋଚନା, ବୃଦ୍ଧା ମା ପଦ୍ମିନୀ (୮୧), ବଡପୁଅ ଲୋକନାଥ (୨୮), ବୋହୁ ସୁକଲ, ଝିଅ ରେବତୀ (୨୩), ଜୟନ୍ତୀ(୨୧) ଓ ସାନପୁଅ ଭୂଜବଳ (୧୬) । ପ୍ରତ୍ୟେକ ବାପାମାଆ ଆଶା ବାନ୍ଧି ରହିଥାନ୍ତି ପୁଅ ହେଉ ବା ଝିଅ ବୃଦ୍ଧ ଅବସ୍ଥାରେ ବାପାମାଆଙ୍କ ସେବା କରିବେ । ହେଲେ ଦିବ୍ୟାଙ୍ଗ ପୁଅ କୁମ ର ଏଭଳି ଅବସ୍ଥା ଦେଖି ଅସହାୟ ବୃଦ୍ଧା ମା ପଦ୍ମିନୀ ଅଗଣା ଖଟିଆରେ ପଡିରହି ନିଜ ଭାଗ୍ୟକୁ ନିନ୍ଦୁଛି । ସ୍ତ୍ରୀ ସୁଲୋଚନା ସ୍ଵାମୀ ଓ ଶାଶୁଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛି। ପରିବାର ପାଇଁ ଏବେ ଦୁଃଖ କହିଲେ ନସରେ କାହିଁକି ନା ପୁଅ ଝିଅ ସିନା ଜନ୍ମ କରିଦେଲେ ହେଲେ ସେମାନଙ୍କ ଭରଣପୋଷଣ ପାଇଁ କୁମ ଓ ସୁଲୋଚନାକୁ ଏବେ ଭିକ୍ଷା ବୃତ୍ତି କରିବାକୁ ପଡୁଛି ।

କୁମର ବଡ଼ପୁଅ ଲୋକନାଥ ଅର୍ଥାଭାବ କାରଣରୁ ପାଠ ପଢ଼ି ନପାରି ଏବେ କୁଲି ମଜୁରୀ କରୁଛି । ଯାହା ମିଳେ ନିଜ ପରିବାର ପ୍ରତିପୋଷଣ କରିବା ସହ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସାନଭାଇ ଭୂଜବଳର ପଢ଼ା ଖର୍ଚ୍ଚ କରୁଥିବା ବେଳେ ତାହା ମଧ୍ୟ ନିଅଣ୍ଟ । ତେବେ ଦିବ୍ୟାଙ୍ଗ କୁମ ପୁଅ ଝିଅକୁ ନେଇ ସେମାନଙ୍କ ଭବିଷ୍ୟତ କିପରି ଗଢିବେ ତାହାକୁ ନେଇ ନିରୁପାୟ । କେବଳ ନିଜର ଭାଗ୍ୟକୁ ଭରସା କରି ପୁଅ ଝିଅକୁ ଚାହିଁ ବଞ୍ଚି ରହିଛନ୍ତି ବାପା ମାଆ । ପରିବାର ଲୋକେ ବ୍ଲକ ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଆବେଦନ କରିଥିଲେ ମଧ୍ୟ ବାରମ୍ବାର ନିରାଶ ହେବାକୁ ପଡିଛି । ତେବେ ସରକାରଙ୍କର ଯୋଜନା ବାସ୍ତବରେ କୁମଙ୍କ ପରିବାରଙ୍କ ପାଇଁ କେତେ ଫଳପ୍ରଦ ହୋଇଛି । ଏସମ୍ପର୍କରେ ଆମେ ସାନ ପୋଡ଼ାଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାମୋଦର ବେମାଲଙ୍କୁ ଦିବ୍ୟାଙ୍ଗ କୁମଙ୍କ ଆବାସ ଯୋଜନା ସମ୍ପର୍କରେ ଅବଗତ କରାଇଥିବା ବେଳେ ସେ ତାଲିକାରେ ନା ଅଛି ତାକୁ ଖୁବ୍ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦିବ୍ୟାଙ୍ଗ କୁମ ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡିବ ଓ ପ୍ରଶାସନର ସହାୟତାର ହାତ କେବେ ବଢାଇବେ ତାହାକୁ କେବଳ ଅପେକ୍ଷା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories