ହୋଣ୍ଡା ଅଲ ନ୍ୟୁ ସିଟି’ର ଉନ୍ମୋଚନ ସହ ବଜାର ପ୍ରବେଶ

ଭୁବନେଶ୍ୱର – ବିଶ୍ୱର ତଥା ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟିଡ୍ ପକ୍ଷରୁ ନୂତନ ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ ବଜାର ପ୍ରବେଶ କରାଯାଇଛି ।
ଫାଇଭ୍ ଜି ତଥା ହୋଣ୍ଡାର ପଞ୍ଚମ ପୀଢି ‘ହୋଣ୍ଡା ଅଲ ନ୍ୟୁ ସିଟି’ କାର୍ରେ ଉପଭୋକ୍ତାଙ୍କ ପାଇଁ ଅନେକ ଅତ୍ୟାଧୁନିକ ସୁବିଧା ସହ ସୁରକ୍ଷା ଏବଂ ଆରାମ ଦାୟକ ଯାତ୍ରା ପାଇଁ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନୂଆଦିଲ୍ଲୀରେ ଏହାର ଏକ୍ସ ଶୋରୁମ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହେଉଛି । ଏହାର ବିଭିନ୍ନ ପ୍ରକରଣ ବା ଭାରିଏଣ୍ଟର ମୂଲ୍ୟ ଭିନ୍ନ ରହିଛି ।
ଭୁବନେଶ୍ୱର ସ୍ଥିତ ହାଇଓ୍ୱେ ହୋଣ୍ଡାରେ ଏହି କାର୍ ଏବେ ଉପଲବ୍ଧ । ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟିଡ୍ର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହାଇଓ୍ୱେ ହୋଣ୍ଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା । ଏମ୍ଡି ଆଦିତ୍ୟ ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋରୁମ୍ର ଜିଏମ୍ ରାଜୀବ ପଣ୍ଡାଙ୍କ ସହ ଅନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
Comments are closed.