ଭୁବନେଶ୍ୱର : ରୟାଲ ଏନ୍ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍ଷ୍ଟର- ରୟାଲ ଏନ୍ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି। ଗରିଲା ଶୃଙ୍ଖଳାରେ ଆନାଲଗ୍, ଡ୍ୟାଶ ଓ ଫ୍ଲାଶ୍ ଭଳି ୩ ଭାରିଆଣ୍ଟ ୫ଟି ରଙ୍ଗରେ ଉପଲବ୍ଧ ହେବ। ଭାରତ, ୟୁକେ ଓ ୟୁରୋପୀୟ ଦେଶଗୁଡ଼ିକରେ ଏହାର ବୁକିଂ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୦୨୪ରୁ ଗ୍ରାହକଙ୍କୁ ହସ୍ତାନ୍ତର ଆରମ୍ଭ ହେବ। କମ୍ପାନୀ ପକ୍ଷରୁ ଗରିଲା ୪୫୦ ପାଇଁ ବର୍ଡରଲେସ ୱାରେଣ୍ଟୀ ଶୁଭାରମ୍ଭ କରାଯାଇଥିବା ସିଇଓ ବି. ଗୋବିନ୍ଦରାଜନ କହିଛନ୍ତି। ୭୦ରୁ ଅଧିକ ଦେଶରେ କମ୍ପାନୀର ୩୦୦୦ରୁ ଅଧିକ ସର୍ଭିସ ସେଣ୍ଟର ରହିଛି। ଗରିଲାକୁ ସହରାଞ୍ଚଳ ଚାଳନା ସମେତ ଅସମତଳ ସଡକରେ ଚଳାଇବା ପାଇଁ ପ୍ରସ୍ତୁତ କରାଯାଇଛି।
ଶୁକ୍ରବାର ରାଶିଫଳ: ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି, ଏହି ରାଶିର ଲୋକେ ରୁହନ୍ତୁ ସତର୍କ



