www.samajalive.in
Tuesday, December 9, 2025
15.1 C
Bhubaneswar

ଚାଉଳ, ଚିନି ରପ୍ତାନି କରିବାକୁ ମାଲେସିଆର ଅନୁରୋଧ

ନୂଆଦିଲ୍ଲୀ: ଚାଉଳ ଓ ଚିନି ରପ୍ତାନି ଉପରେ ଭାରତର କଟକଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମାଲେସିଆର ଉଦ୍ଭିଦ ଏବଂ ଦ୍ରବ୍ୟ ମନ୍ତ୍ରୀ ଜୋହରୀ ଅବଦୁଲ ଘାନି। ରପ୍ତାନି ବନ୍ଦର ପ୍ରତିକୂଳ ପ୍ରଭାବ ଉପରେ ସେ ଆଲୋକପାତ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀରେ ଏକ ଶିଳ୍ପ ସମ୍ମିଳନୀରେ ଶ୍ରୀ ଘାନି ଯୋଗଦେଇ ଏହି କଟକଣା କୋହଳ କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ଚାଉଳ ଓ ପିଆଜ ରପ୍ତାନି କ୍ଷେତ୍ରରେ ବିଶ୍ବରେ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଚିନି ରପ୍ତାନି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଭାରତ ସରକାର ମୂଲ୍ୟ ନିୟନ୍ତ୍ରଣ ଓ ଘରୋଇ ଚାହିଦା ପୂରଣ କରିବାକୁ ୨୦୨୩ରେ ଚାଉଳ ଓ ଚିନି ରପ୍ତାନି ଉପରେ କଟକଣା ଲଗାଇଥିଲେ। ଚାଉଳ ଓ ଚିନି ପାଇଁ ମାଲେସିଆ ଭାରତ ଉପରେ ନିର୍ଭରଶୀଳ। ତେବେ ଭାରତର ରପ୍ତାନି କଟକଣା ଫଳରେ ମାଲେସିଆରେ ଯୋଗାଣ ସମସ୍ୟା ବଢ଼ିଛି। ତେବେ ଭାରତକୁ ପାମ୍‌ ତେଲ ଯୋଗାଣରେ ଇଣ୍ଡୋନେସିଆ ପରେ ମାଲେସିଆ ହେଉଛି ଦ୍ବିତୀୟ ବୃହତ୍‌ ରପ୍ତାନିକାରୀ।

- Advertisement -

ଭାରତ ସରକାର ବାସୁମତି ଚାଉଳ ରପ୍ତାନି କ୍ଷେତ୍ରରେ ସର୍ବନିମ୍ନ ମୂଲ୍ୟ କମ୍‌ କରିପାରନ୍ତି। ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ ମେଟ୍ରିକ୍‌ ଟନ୍‌ ପ୍ରତି ୯୫୦ ଡଲାର ଥିବା ବେଳେ ୮୦୦ରୁ ୮୫୦ ଡଲାରକୁ କମିପାରେ। ସେହିପରି ଉସୁନା ଚାଉଳ ଉପରେ ଥିବା ୨୦ଧ ରପ୍ତାନି ଶୁଳ୍କକୁ ମଧ୍ୟ ସରକାର ପରିବର୍ତ୍ତନ କରି ଏକ ସ୍ଥିର ଶୁଳ୍କ ଲାଗୁ କରିପାରନ୍ତି। ତେବେ ଦେଶରେ ମହଜୁଦ ପରିମାଣ ବଢ଼ୁଥିବାରୁ ଓ ରପ୍ତାନି ବଢ଼ାଇବା ପାଇଁ ଭାରତର ସରକାର ମୂଲ୍ୟ କମାଇବା ଉପରେ ବିଚାର କରୁଛନ୍ତି। ଚଳିତବର୍ଷ ମାଲେସିଆକୁ ୧ ଲକ୍ଷ ୭୦ ହଜାର ଟନ୍‌ ଅରୁଆ ଚାଉଳ ରପ୍ତାନି ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାଲେସିଆ ଅତିରିକ୍ତ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଅରୁଆ ଚାଉଳ ରପ୍ତାନି କରିବାକୁ ଭାରତକୁ ଅନୁରୋଧ କରିଛି। ଏହା ଦର୍ଶାଉଛି ଯେ, ଚାଉଳ ପାଇଁ ମାଲେସିଆ କେତେକ ପରିମାଣରେ ଭାରତ ଉପରେ ନିର୍ଭରଶୀଳ। ସେହିପରି ଗତ ଜାନୁଆରୀରେ ମାଲେସିଆ ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ରପ୍ତାନି କରିବାକୁ ଭାରତକୁ ଅନୁରୋଧ କରିଥିଲା।

ଗୋଣ୍ଡା ରେଳ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ରେଳ ମନ୍ତ୍ରାଳୟ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories