ଏହି ଇଭି ଷ୍ଟାର୍ଟଅପ ସଂଗ୍ରହ କଲା ୨୦୦ କୋଟି, ଧୋନୀ ମଧ୍ୟ କଲେ ନିବେଶ

ନୂଆଦିଲ୍ଲୀ : ଘରୋଇ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ବ୍ଲୁସ୍ମାର୍ଟ (Blusmart) ପୁଞ୍ଜି ସଂଗ୍ରହ କରିବାରେ ଲାଗିପଡିଛି । କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କାର ରାଶି ଏକାଠି କରିଛି । ଅନେକ ବଡ ବ୍ୟବସାୟୀ ଏବଂ ତାରକାମାନେ ଏହି କମ୍ପାନୀରେ ନିବେଶ ପାଇଁ ଆଗେଇ ଆସିଛନ୍ତି । ଏପରିକି ରିନ୍ୟୁ ପାଓ୍ବରର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁମନ୍ତ ସିହ୍ନା ଏବଂ ଏମଏସ୍ ଧୋନୀ ମଧ୍ୟ ଏଥିରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ।

ଏହି ରାଶିକୁ କମ୍ପାନୀ ନିଜ ପରିଚାଳନାକୁ ବିସ୍ତାର କରିବା ସହ ଭାରତର ଅନେକ ସହରରେ ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ବ୍ୟୟ କରିବ । ସହ ପ୍ରତିଷ୍ଠାତା ପୁନିତ ଗୋୟଲ କହିଛନ୍ତି କି ଏହି ରାଶି ଇଭି ଚାର୍ଜିଂ ଢାଞ୍ଚାକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଧୋନୀ କହିଛନ୍ତି କି ଏଭଳି ମଡେଲରେ ନିବେଶ କରିବା କେବଳ ଏକ କମ୍ପାନୀକୁ ସମର୍ଥନ କରିବା ନୁହେଁ, ବରଂ ଭବିଷ୍ୟତର ପରିବହନରେ ଏକ ପରିବର୍ତ୍ତନ ପାଇଁ ଏହା ଆବଶ୍ୟକ ।

ବିଦେଶରେ ବଢିଲା ଭାରତୀୟ କାର୍ ଓ ବାଇକର ଚାହିଦା

Comments are closed.