୨୫ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ
କଣ୍ଟାବାଞ୍ଜି : ମଙ୍ଗଳବାର ତୁରେକେଲା ଥାନା ଅନ୍ତର୍ଗତ ପଖନମୁଣ୍ଡା ଗାଁ ନିକଟରେ ନୂଆପଡା ଜିଲ୍ଲା ସିନାପାଲି ଥାନା ମହେଶ୍ୱର ଗାଁରୁ ଏକ ବୋଲେରୋ ପିକଅପ ଭ୍ୟାନରେ ୨୫ ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ତେଲେଙ୍ଗାନା ରାଜ୍ୟକୁ ଇତାଭାଟିରେ କାମ କରିବାକୁ ଆଣୁଥିବା ସମୟରେ ଧରିଲା ପୁଲିସ । ତୁରେକେଲା ପୁଲିସ ପେଟ୍ରୋଲିଙ୍ଗ ସମୟରେ ଗାଡିକୁ ଅଟକାଇ ବେଆଇନ ଭାବରେ ଶ୍ରମିକ ଚାଲାଣ ସୂଚନା ପାଇ ଗାଡି ସହ ଦାଦନ ଶ୍ରମିକଙ୍କୁ ତୁରେକେଲା ଥାନାକୁ ଆଣି ଶ୍ରମିକ ମାନଙ୍କ ବୟାନ ରେକର୍ଡ କରିବା ସହ ୨୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ପୁଲିସ ମହେଶ୍ୱର ଗାଁକୁ ଛାଡିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ମହିଳା, ୧୧ ଜଣ ପୁରୁଷ ଓ ୪ ଜଣ ଶିଶୁଥିବା ପୁଲିସ ସୂତ୍ରରୁ ଜଣାପଡିଛି । ପୁଲିସ ଏକ ମାମଲା ରୁଜୁ କରି କେସ ନଂ ୩୯୧ ରୁଜୁ କରି ସର୍ଦ୍ଦାର ମହେଶ୍ୱର ଗାଁର ଗୁଡ୍ଡୁ ଓରଫ ଲେବନା ସୁନାନୀ, ସହଯୋଗୀ ସର୍ଦାର ଟିମନପୁର ଗାଁର ଲିଙ୍ଗେଶ୍ୱର ଦଣ୍ଡ ସେନା (୨୭)ଙ୍କୁ ଗିରଫ କରି କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଥିବାବେଳେ, ବୋଲେରୋ ପିକଅପ ଭ୍ୟାନକୁ ଜବତ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।
Comments are closed.