www.samajalive.in
Saturday, December 13, 2025
14.1 C
Bhubaneswar

ବିଦେଶରେ ବଢିଲା ଭାରତୀୟ କାର୍ ଓ ବାଇକର ଚାହିଦା

ନୂଆଦିଲ୍ଲୀ : ଭାରତରେ ହେଉଥିବା ଅଟୋମୋବାଇଲ ରପ୍ତାନୀରେ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫% ବୃଦ୍ଧି ହୋଇଛି । ଏସଆଇଏଏମର ସୂଚନା ଅନୁସାରେ ସମସ୍ତ ଭେରିଏଣ୍ଟର ଗାଡିର ରପ୍ତାନୀ ବଢିଛି । ଗତ ତ୍ରୈମାସିକରେ ସମୁଦାୟ ଗାଡି ସପ୍ଲାଇ ୧୧,୯୨,୫୭୭ ୟୁନିଟ୍ ଥିଲା ଯଦିଓ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୧୦,୩୨,୪୪୯ ୟୁନିଟ୍ ଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତରୁ ବିଦେଶୀ ବଜାରରେ ଯାତ୍ରୀବାହୀ ଗାଡିର ରପ୍ତାନୀ ୧୮୦,୪୮୩ ୟୁନିଟ୍ ଥିଲା ଯାହା ଗତ ବର୍ଷର ସମାନ ସମୟର ୧୫୨,୧୫୬ ୟୁନିଟ୍ ତୁଳନାରେ ୧୯ ପ୍ରତିଶତ ଅଧିକ ।

- Advertisement -

ମାରୁତି ସୁଜୁକି ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ବିଦେଶୀ ବଜାରରେ ୬୯,୯୬୨ ୟୁନିଟ୍ ରପ୍ତାନୀ କରିଛି । ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କାର୍ ନିର୍ମାତା ୬୨,୮୫୭ ୟୁନିଟ୍ ରପ୍ତାନୀ କରିଥିଲା । ଭାରତର ଦ୍ବିତୀୟ ସବୁଠାରୁ ବଡ ଯାତ୍ରୀବାହୀ ଗାଡି ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଭାରତରେ ଗତ ୩ ମାସରେ ୪୨,୬୦୦ ୟୁନିଟ୍ ପଠାଇଛି । ପୂର୍ବରୁ ଏହା ୩୫,୧୦୦ ୟୁନିଟ୍ ଥିଲା । କହିରଖୁଛୁ ଭିନ୍ନ ଭିନ୍ନ ଶ୍ରେଣୀର ଗାଡି ରପ୍ତାନୀରେ ବୃଦ୍ଧି ସହିତ ଭାରତୀୟ ଅଟୋମୋବାଇଲ ଉଦ୍ୟେଗର ବିକାଶରେ ଏକ ସକାରାତ୍ମକ ଦିଗ ନଜର ଆସିଛି ।

ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ବାହୁଡ଼ିଲେ ମହାବାହୁ, ଛେରା ପହଁରା କଲେ କୁଳପତି ସବିତା ଆଚାର୍ଯ୍ୟ

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories