www.samajalive.in
Wednesday, December 10, 2025
15.1 C
Bhubaneswar

ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ବାହୁଡ଼ିଲେ ମହାବାହୁ, ଛେରା ପହଁରା କଲେ କୁଳପତି ସବିତା ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ସୋମବାର ଶେଷ ହୋଇଛି। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ପରିସର ଘଣ୍ଟ, ଘଣ୍ଟା, କାହାଳି, ବାଜାବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଚଳଚଞ୍ଚଳ ହୋଇଉଠିଥିଲା। ପ୍ରଥମେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ରଥକୁ ପହଣ୍ଡି ବିଜେ କଲା ପରେ ରଥାରୁଢ଼ ହୋଇଥିଲେ। ସମଗ୍ର ପରିବେଶ ଜଗନ୍ନାଥମୟ ହେଲା ପରେ, ସମସ୍ତ ମନ୍ଦିର କର୍ମକର୍ତ୍ତା ଏବଂ ଜଗନ୍ନାଥ ସେବକମାନେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ ବାହୁଡ଼ା ଯାତ୍ରା ନୀତି ସମ୍ପନ୍ନ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଶ୍ରୀଜୀଉଙ୍କ ରଥ ଉପରେ ଛେରା ପହଁରା କରି ପୁଣି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତ ବାଣୀକ୍ଷେତ୍ର ବାଣୀବିହାରକୁ ଆନନ୍ଦିତ କରି ଦେଇଥିଲେ। ଏହାପରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ରଥକୁ ବନ୍ଦାପନା କରାଯାଇଥିଲା ଏବଂ ବାହୁଡା ରଥଟଣା ଆରମ୍ଭ ହୋଇଥିଲା।

- Advertisement -

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଭକ୍ତର ଭାବ ଓ ଆବେଗରେ ବନ୍ଧା କାଳିଆଠାକୁରଙ୍କ ଆଗରେ ଭକ୍ତିର ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉନ୍ନତି, ସମସ୍ତ କର୍ମକର୍ତ୍ତା ଓ ପରିବାର, ଛାତ୍ରଛାତ୍ରୀଙ୍କ ଶୁଭକାମନା କରି ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରଫେସର ପ୍ରବୋଧ କୁମାର ହୋତା ଓ ସମ୍ପାଦକ ଡ. ମନୋଜ କୁମାର ସାଢୁଆଳ ଶାନ୍ତିଶୃଙ୍ଖଳା ସହ ବାହୁଡ଼ା ଯାତ୍ରା ପରିଚାଳନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ପରିଚାଳନା ସମିତି ଓ ବିଶ୍ୱେଶ୍ବର ମନ୍ଦିର ପରିଚାଳନା ସମିତି ସଦସ୍ୟ ଏବଂ କର୍ମକର୍ତ୍ତାଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରାରେ ଯୋଗଦେଇ ଆନନ୍ଦ ଓ ଉଲ୍ଲାସର ସହ ରଥ ଟାଣିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories