ପୁରୁଣା କଟକ-ସମ୍ବଲପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାପାନ୍ତରା
ଗୁରୁଡିଝାଟିଆ: ସପ୍ତାହକ ମଧ୍ୟରେ ୪ ଦୁର୍ଘଟଣା । କାହାର ହାତ ଅଚଳ ହୋଇଛି ତ କାହାର ଗୋଡ । ଏଥିରୁ ବାଦ ପଡିନାହାନ୍ତି ମହିଳା ଓ ଶିଶୁ । ଗତ ଦୁଇଦିନ ତଳେ ଢେଙ୍କାନାଳରୁ ସିଡିଏ ଅଭିମୁଖେ ଆସୁଥିବା ଏକ ବାଇକ ଆରୋହୀ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନାରଙ୍ଗବସ୍ତ ବିଦ୍ୟାଳୟ ସାମ୍ନାରେ ଅଧାପାନ୍ତରା ହୋଇ ପଡିଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ନିଜେ ଆହତ ହେବା ସହିତ ତାଙ୍କର ପତ୍ନୀ ଗୁରୁତର ହୋଇପଡିଥିଲେ । ଘଟଣା ସ୍ଥଳରେ ନାରଙ୍ଗବସ୍ତ ଗ୍ରାମରେ କିଛି ଉତ୍ସାହୀ ଯୁବକ ସେମାନଙ୍କୁ ନେଇ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ସହ ଆହତଙ୍କ ସିଡିଏସ୍ଥିତ ବାସଭବନରେ ଛାଡିଥିଲେ । ସପ୍ତାହକ ମଧ୍ୟରେ ଏଭଳି ୪ ଦୁର୍ଘଟଣା ଘଟିଛି ।
ଉଲ୍ଲେଖଯୋଗ୍ୟ ରାସ୍ତାର ଉଭୟପାଶ୍ୱର୍ ସଂପ୍ରସାରଣ ଓ ପିଚୁ ହୋଇଯାଇଥିଲେ ମଧ୍ୟ ମଝିରେ ୫୦ ରୁ ୬୦ଫୁଟ ଖାଲଖମା ହୋଇପଡିରହିଛି । ଯାହା ଫଳରେ କି ଗାଡି ଚାଳକ ହଠାତ୍ ଜାଣି ନପାରି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖାଲରେ ପଡିବା ଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତା ଓ କୋଠାବାଡି ବିଭାଗର ବରିଷ୍ଠ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦେବା , ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇଛି । କେହି କେହି ପଛାଇନାହିଁ ରାସ୍ତା ସଂପ୍ରସାରଣ ଓ ମରାମତି ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସେଠାରେ ଖାଲଖମାକୁ ପୋତି ସମତଳ କରାଗଲେ ଅତ୍ୟନ୍ତ ପକ୍ଷେ ଦୁର୍ଘଟଣା ହ୍ରାସ ପାଆନ୍ତା ।
ହେଲେ ଏଠିପ୍ରତି କାର୍ଯ୍ୟାଦେଶ ପାଇଥିବା ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ କାହାରି ନିଦ ଭାଙ୍ଗୁନାହିଁ । ସେହିଭଳି ଭାବେ ନୁଆଡିହ ହନୁମାନ ମନ୍ଦିର ,ବିଦ୍ୟାଧରପୁର ଗାଁ ଇଟା କାରଖାନା ସମ୍ମୁଖ,କଖଡି ପ୍ରାଥମିକ ବିଦ୍ୟାଳୟ ସାମ୍ନା ଆଦି ସ୍ଥାନମାନଙ୍କରେ ରାସ୍ତାକାର୍ଯ୍ୟ କିଛିକିଛି ଅଂଶ ପିଚୁ ନହୋଇ ପଡିରହିଥିବାରୁ ଏହା ଗାଡି ଚାଳକ ବିଶେତଃ ଦୁଇଚକିଆ ଆରୋହୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି । ଏଥିପ୍ରତି ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାଦେ ଦାବି କରିଛନ୍ତି ।
Comments are closed.