www.samajalive.in
Monday, December 15, 2025
27.1 C
Bhubaneswar

ଅଚିହ୍ନା ମୃତଦେହର ଖପୁରି ଓ ଅସ୍ଥି ଉଦ୍ଧାର, ହତ୍ୟା ସନ୍ଦେହ

ବାସୁଦେବପୁର: ଅଚିହ୍ନା ମୃତଦେହର ଖପୁରି ଓ ଅସ୍ଥି ଉଦ୍ଧାର। ଏମିତି ଘଟଣା ବାସୁଦେବପୁର ଥାନା ଅନ୍ତର୍ଗତ ବରଣ୍ଡୁଆ ପଞ୍ଚାୟତର ଉତ୍କଳମଣୀ ସଂସ୍କୃତ ମହାବ୍ୟାଳୟ ନିକଟ କେନାଲରୁ ଅଚିହ୍ନା ମୃତଦେହର ଖପୁରି ଓ ଅସ୍ଥି ଉଦ୍ଧାର କରାଯାଇଛି। କେନାଲ ମାଛ ମାରୁଥିବା କେତେଜଣ ସ୍ଥାନୀୟଲୋକଙ୍କ ଦ୍ୱାରା ଏହା ଠାବ ହେବା ହେବା ପରେ ଦେଖଣାହାରୀଙ୍କ ଭିଡ ଜମିଥିଲା। ଖପୁରି ସମେତ ବସ୍ତା ଭିତରେ ଅଣ୍ଟାତଳକୁ ଥିବା କେଇଖଣ୍ଡ ଅସ୍ଥିକୁ ଦେଖି ଲୋକେ ଭୟଭିତ ହୋଇଯାଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଥିଲା। ଏହାପରେ ସାଇଣ୍ଟିଫିକ ଟିମ ଆସି ଛାନଭିନ କରିଥିଲା । ଉଦ୍ଧାର ହୋଇଥିବା ଖପୁରି ଓ ଅସ୍ଥିକୁ ଏଫଏମଟି ବାଲେଶ୍ବରକୁ ଯାଞ୍ଚପାଇଁ ପଠାଇଯାଇଛି ବୋଲି ଥାନାଧିକାରୀ ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି। ଥାନା ଅପମୃତ୍ୟୁ କେଶ ନଂ ୫୯/୨୪ମ୍ବର ବଳରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ସ୍ଥାନୀୟ ଅଞ୍ଚଳରେ କେହି ନିଖୋଜ ଥିବା ନେଇ ଛାନଭିନ ଜାରି ରଖିଥିବା ସହିତ ହତ୍ୟାକାଣ୍ଡର କାରଣ ଖୋଜୁଛି ପୁଲିସ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories